• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଆଶ୍ୱସ୍ତି । ହାଇକୋର୍ଟରୁ ଟୁଡ଼ୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ଆଜି ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ମାମଲାରେ ମାର୍ଚ୍ଚ ୪ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହି ସମୟ ଭିତରେ ତଦନ୍ତରେ ସହଯୋଗ କରିବେ କେନ୍ଦ୍ରମନ୍ତ୍ରୀ । ତାସହ ତଦନ୍ତ ସମୟରେ ସାକ୍ଷୀଙ୍କୁ ଯେପରି ପ୍ରଭାବିତ ନକରିବେ ସେ ଦିଗରେ ବି ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଓ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଜାନୁୟାରୀ ୨୧ ତାରିଖରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ପରେ ବାରିପଦା ଟାଉନ ଥାନା ପୋଲିସ ମାମଲା ରୁଜୁ କରିଥିଲା। ତେବେ ଆକ୍ରମଣ ଅଭିଯୋଗକୁ ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଖଣ୍ଡନ କରିଥିଲେ । ଟୁଡୁଙ୍କୁ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କ କାଯର୍ୟାଳୟକୁ ଯାଇ ତଦନ୍ତ କରିଥିଲା ପୋଲିସ୍ ।

ତେବେ ଏ ଘଟଣା ନେଇ ଫେବୃଆରୀ ୪ ତାରିଖରେ ବାରିପଦା ଜେଏମ୍ଏଫସି କୋର୍ଟରେ ଏକ ବୟାନ ରେକର୍ଡ କରାଯାଇଥିଲା ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଅଶ୍ୱିନୀ ମଲ୍ଲିକଙ୍କୁ ନେଇ ପୋଲିସ କୋର୍ଟରେ ବୟାନ ରେକର୍ଡ କରିଥିଲା । ଏହା ସହିତ ପୋଲିସ ମଧ୍ୟ ନିଜର ବୟାନ କୋର୍ଟରେ ଦାଖଲ କରିଥିଲା ।