Advertisment

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି- ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ

ଠିକା ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ସେମାନଙ୍କୁ ନିୟମିତ କରିବା ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Orissa High Court

Orissa High Court

ଭୁବନେଶ୍ୱର: ନିୟମିତ ହେବେ ଠିକା ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟର। ଠିକା ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଉଟସୋର୍ସିଂରେ ୪ଟି ବିଭାଗ- ଲୋକାଲ ଫଣ୍ଡ୍‌ ଅଡିଟ୍, ସବ୍‌ ରେଜିଷ୍ଟ୍ରିରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ୪ ବିଭାଗରେ କାର୍ଯ୍ୟରତ ୧୫ଶହରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ ବୋଳି ଜଣାପଡ଼ିଛି।

୩ ମାସ ମଧ୍ୟରେ ସେମାନଙ୍କୁ ନିୟମିତ କରିବା ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ମାପଦଣ୍ଡରେ ନିୟମିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Advertisment
Data Entry Operators Orissa High Court
Advertisment
Advertisment