• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନକୁ ହାଇକୋର୍ଟ ଓକିଲ ସଂଘର ବିରୋଧ । ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଏ ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସଙ୍ଗରେ ନିଜର ସ୍ୱୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ପକ୍ଷରୁ ଅନୁରୋଧ କରାଯିବ । ସେଥିପାଇଁ ଏକ ଆକ୍ସନ କମିଟି ଗଠନ କରାଯିବ ।

ମୁଖ୍ୟ ବିଚାରପତି ହାଇକୋର୍ଟ ବେଞ୍ଚ ଗଠନକୁ ନିଜର ସ୍ୱୀକୃତି ନଦେବାକୁ ଏକ ସ୍ମାରକପତ୍ର କମିଟି ପ୍ରସ୍ତୁତ ହେବ । ଏନେଇ ଗତକାଲି ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ଓକିଲ ସଂଘ ।

ହାଇକୋର୍ଟର ନୂଆ ବେଞ୍ଚ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁଙ୍କ ଚିଠି ପରେ ପୁଣିଥରେ ହାଇକୋର୍ଟ ବେଞ୍ଚ ଗଠନ ନେଇ ଆଶା ସଂଚାର ହୋଇଥିଲା । ତେବେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଏହି ପ୍ରସ୍ତାବ ପାରିତ ହେବା ପରେ ଦୀର୍ଘ ଦଶନ୍ଧୀ ଧରି ହାଇକୋର୍ଟ ବେଞ୍ଚ ପାଇଁ ଦାବି କରି ଆସୁଥିବା ସଂଗଠନଗୁଡିକୁ ଶକ୍ତ ଧକ୍କା ଲାଗିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନ ନେଇ ଦାବି ହୋଇ ଆସୁଛି ।