/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658569013.jpg)
Special story
ଠକିଦେଲା ଅନଲାଇନ ସପିଂ ସାଇଟ୍ ମିସୋ । ଚକଚକିଆ ବନାରସି ଶାଢ଼ୀ ଅର୍ଡର କରିଥିଲେ, ହେଲେ ଆସିଲା ଚିରା କପଡା । ଡେଲିଭରି ବୟକୁ ୧୨୯୩ ଟଙ୍କା ଦେବା ପରେ ପ୍ୟାକେଟରେ ଥିବା ଫଟା କପଡ଼ା ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଏନେଇ ସପିଂ ସାଇଟର ହେଡ୍ ସହ ଯୋଗାଯୋଗ କଲେ ମଧ୍ୟ ଶୁଣୁନାହାନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ବାଲିଗୁଡା ସହର ମୁଣ୍ଡାସାହିର ରଶ୍ମିତା ନାୟକ ।
ରଶ୍ମିତା କିଛି ଦିନ ପୂର୍ବେ ମିସୋ ଅନଲାଇନ ସପିଂ ଜରିଆରେ ବନାରସୀ ଶାଢ଼ୀ ଅର୍ଡର କରିଥିଲେ । ଡେଲିଭରୀ ଡେଟ୍ ଥିଲା ୧୫ ତାରିଖ । ହେଲେ ତାଙ୍କ ପାଖରେ ଧାର୍ଯ୍ୟ ଦିନ ପୂର୍ବରୁ ପ୍ୟାକେଟ୍ ପହଞ୍ଚି ଯାଇଥିଲା । ଗତ ୧୨ ତାରିଖରେ ପହଞ୍ଚିଥିଲା ପ୍ୟାକେଟ୍ । ଆଉ ସେ ଡେଲିଭରି ବଏକୁ ୧୨୯୩ ଟଙ୍କା ଦେବା ଶାଢ଼ୀ ରିସିଭ୍ କରିଥିଲେ । ହେଲେ ପ୍ୟାକେଟ୍ ଖୋଲି ଦେଖିବା ପରେ ରଶ୍ମିତା ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପ୍ୟାକେଟ ଖୋଲିବା ପରେ କେବଳ ଚିରା କପଡା ବାହାରିଥିଲା । ଏହା ଦେଖିବା ପରେ ସେ ଡେଲିଭରୀ ବଏକୁ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ ବି ସେ ଟଙ୍କା ଫେରସ୍ତ ନକରି ଚାଲି ଯାଇଥିଲେ ।
ତେବେ ଅନଲାଇନ ସପିଂରେ ଠକାମିର ଶିକାର ହେବା ପରେ ସେ ପୂରା ନିରାଶ ହୋଇ ପଡିଛନ୍ତି । ସେପଟେ ଏହି ଘଟଣା ପରେ ରଶ୍ମିତାଙ୍କ ସ୍ୱାମୀ ହେଡ ଅଫିସକୁ ଫୋନ୍ କରି ଅଭିଯୋଗ କରିଥିଲେ । ହେଲେ ଫୋନ କରିବା ପରେ ମିସୋ ସାଇଟ୍ ପକ୍ଷରୁ ତାଙ୍କ ନମ୍ବରକୁ ବ୍ଲକ କରି ଦେଇଥିବା ସେ କହିଛନ୍ତି ।
ବାଲିଗୁଡ଼ା , ଅଜିତ୍ ନାୟକ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)