/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644469366.jpg)
OMFED's Samaleswari Milk Union Deputy Manager Kishore Nayak
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମଲେଶ୍ୱରୀ ମିଲକ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କିଶୋରଙ୍କ ସମ୍ବଲପୁରର ସାକ୍ଷୀପଡ଼ାରେ ଥିବା ଦୁଇ ମହଲା ଘର, ପୁରୀ ସ୍ଥିତ ପୈତୃକ ଘର, ଭୁବନେଶ୍ୱରର ଥିବା ଆପାର୍ଟମେଣ୍ଟ୍ ଓ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।
ଚଢ଼ାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରାଯାଇଥିବା ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ କିଶୋରଙ୍କ ନାଁରେ ଅଭିଯୋଗ ହୋଇଥିଲା। ଆଜି ଭୋରରୁ ଭିଜିଲାନ୍ସ ଟିମ୍ ମନୋରଞ୍ଜନଙ୍କ ଘରେ ରେଡ୍ କରିଥିଲା।
ଭିଜିଲାନ୍ସ ରେଡ୍ ନେଇ କିଶୋର ନାୟକ କହିଛନ୍ତି, ‘ଲୋନ୍ରେ ଭୁବନେଶ୍ୱରରେ ଫ୍ଲାଟ୍ କିଣିଥିଲି। ସବୁ ବ୍ୟାଙ୍କ୍ ଲୋନ୍ରେ ଘର ହୋଇଛି। ମୋ ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ନାହିଁ। ସମ୍ବଲପୁରର ସାକ୍ଷୀପଡ଼ାରେ ଥିବା ଦୁଇ ମହଲା ଘର ଓ ଭୁବନେଶ୍ୱରର ଥିବା ଆପାର୍ଟମେଣ୍ଟ୍ ମୁଁ ଲୋନ୍ରେ କରିଛି। ମୋର ଚାକିରି ୩୬ବର୍ଷ ହେଲାଣି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)