Advertisment

ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ଉଦୟପୁର ଓ ତାଳସାରୀ ବେଳାଭୂମୀରରେ ଦୁଇଟି ଅଲିଭ ରିଡଲେ ୨୪୦ଟି ଅଣ୍ଡାଦାନ କରିଛନ୍ତି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି ।

author-image
Pallipuspa Samal
Olive Ridley'

Olive Ridley'

୨୪୦ଟି ଅଣ୍ଡା ଦାନ କଲେ ଦୁଇଟି ଅଲିଭ ରିଡଲେ । ଉଦୟପୁର ଓ ତାଳସାରୀ ବେଳାଭୂମୀରରେ ଦୁଇଟି ଅଲିଭ ରିଡଲେ ୨୪୦ଟି ଅଣ୍ଡାଦାନ କରିଛନ୍ତି ।ବନ ବିଭାଗ ପକ୍ଷରୁ ଅଣ୍ଡାର ସୁରକ୍ଷା ବ୍ୟବସ୍ଥା କରା ଯାଇଥିବା ବେଳେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖା ଯାଇଛି ।

Advertisment

ରାଜ୍ୟର ଅନ୍ୟତମ ପ୍ରମୁଖ ମନରୋମ ବେଳାଭୂମି ଉଦୟପୁର ଓ ତାଳସାରୀ ପ୍ରାକୃତିକ ସୌନ୍ଦଯର୍ୟରେ ଭରପୁର । ଏହି ବେଳାଭୂମିକୁ ପ୍ରତିଦିନ ବହୁ ଦେଶୀ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ଅଲିଭ ରିଡଲେଙ୍କ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବହୁ ସତର୍କ ପଦକ୍ଷେପ ମାନ ଗ୍ରହଣ କରା ଯାଇଛି

ଅଲିଭ ରିଡଲେ କଇଁଛ କିପରି ସୁରକ୍ଷିତ ଭାବେ ବେଳାଭୂମିରେ ଅଣ୍ଡାଦେଇ ପୁଣି ଫେରିବେ ତାହା ଉପରେ ବନ ବିଭାଗ ନଜର ରଖିଛି । ୨ଟି କଇଁଛ ମଧ୍ୟରୁ ଗୋଟିଏ ୧୩୦ଟି ଅଣ୍ଡା ଦେଇଥିବା ବେଳେ ଅନ୍ୟ କଇଁଛ ୧୧୦ଟି ଅଣ୍ଡା ଦେଇଥିବା ବନ ବିଭାଗ ସୂଚନା ଦେଇଛି

Advertisment
Olive Ridleys
Advertisment
Advertisment