/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687503650.jpg)
Old Man Rescued After 3 Days Of Missing
ନିଖୋଜର ୩ ଦିନ ପରେ ଉଦ୍ଧାର ହେଲେ ବୃଦ୍ଧ। ନିଜେ କୁଆଡ଼େ ରଚିଥିଲେ ନିଖୋଜର ଏହି ମହା ନାଟକ। ଏମିତି କଥାର ପର୍ଦ୍ଦାଫାଶ କରିଛି ନୟାଗଡ଼ ଟାଉନ ଥାନା ପୋଲିସ। ଡିଆଁପଡା ଗାଁର ଶ୍ୟାମ ସୁନ୍ଦର ବେହେରାଙ୍କୁ ପଣ୍ଡୁସର ଗାଁର ଦମ୍ପତି ଜଙ୍ଗଲରୁ ଉଦ୍ଧାର କରି ଘରେ ଛାଡ଼ିବା ପରେ ନିଖୋଜ ଘଟଣା ଉପରୁ ପରଦା ହଟିଛି।
Advertisment
ସୂଚନା ଅନୁସାରେ, ୩ ଦିନ ହେବ ଶ୍ୟାମ ସୁନ୍ଦର ନିଖୋଜ ଥିବାରୁ ନୟାଗଡ଼ ମେଡ଼ିକାଲରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତେବେ ଶ୍ୟାମ ସୁନ୍ଦର ବାରମ୍ୱାର ବୟାନ ବଦଳାଉଥିବାରୁ ସନ୍ଦେହ ପ୍ରକାଶ ପାଇଛି।
ଜମିବାଡ଼ି ବିବାଦ କିମ୍ୱା ପରକୀୟା ପ୍ରୀତି ପାଇଁ ଶ୍ୟାମ ସୁନ୍ଦର ନିଜେ ନିଖୋଜ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଏବେ ନୟାଗଡ଼ ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)