Advertisment

ନିଜ ବୃଦ୍ଧ ପତ୍ନୀଙ୍କୁ ଖୁସି କରିବା ପାଇଁ ଜେଜେବାପାଙ୍କ ମଜାଳିଆ ନାଚ

ଜଣେ ଜେଜେବାପାଙ୍କ ହୃଦୟରେ ଥିବା ଯୁବସୁଲଭ ଗୁଣ ଦେଖିବାକୁ ମିଳିଛି। ଏ ବୟସରେ ମଧ୍ୟ ତାଙ୍କ ପତ୍ନୀଙ୍କ ପାଇଁ ପ୍ରେମ କମିନି। ସେ ତାଙ୍କ ବୃଦ୍ଧ ପତ୍ନୀଙ୍କୁ ଖୁସି କରିବା ପାଇଁ ଯାହା କରିଛନ୍ତି ତାହା କୌଣସି ଯୁବକ ଠାରୁ ବି କମ ନୁହେଁ।

ଅଦ୍ୟତନ ହୋଇଛି
Viral Video

Old man dancing to impress wife

Advertisment

ପ୍ରେମ ସବୁବେଳେ ନିଆରା। ଏନେଇ ବୟସର କୌଣସି ମାନେ ହିଁ ନଥାଏ। କେହି କେହି ଭାବନ୍ତି ପ୍ରେମ କେବଳ ଯୁବକମାନଙ୍କ ପାଇଁ। ଏହି ବୟସରେ ହିଁ ପ୍ରେମ କରାଯାଏ। କିନ୍ତୁ ସୋସିଆଲ ମିଡିଆ ରେ ଏବେ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଏହି ଭାବନାକୁ ଭୁଲ୍ ପ୍ରମାଣିତ କରିବ।

Advertisment

ଏହି ଭାଇରାଲ ଭିଡିଓ ରେ ଜଣେ ଜେଜେବାପାଙ୍କ ହୃଦୟରେ ଥିବା ଯୁବସୁଲଭ ଗୁଣ ଦେଖିବାକୁ ମିଳିଛି। ଏ ବୟସରେ ମଧ୍ୟ ତାଙ୍କ ପତ୍ନୀଙ୍କ ପାଇଁ ପ୍ରେମ କମିନି। ସେ ତାଙ୍କ ବୃଦ୍ଧା ପତ୍ନୀଙ୍କୁ ଖୁସି କରିବା ପାଇଁ ଯାହା କରିଛନ୍ତି ତାହା କୌଣସି ଯୁବକ ଠାରୁ ବି କମ ନୁହେଁ।

ଭିଡିଓ ରେ, ଜଣେ ୭୦-୭୫ ବର୍ଷର ଜଣେ ଜେଜେବାପା ତାଙ୍କ ପତ୍ନୀଙ୍କୁ ଖୁସି କରିବା ନେଇ ଖୁବ ମଜାଳିଆ ଢଙ୍ଗରେ ନାଚୁଥିବା ଦେଖାଯାଏ। ବୃଦ୍ଧଙ୍କ ଏହି ନାଚ ସମସ୍ତଙ୍କ ମୁହଁରେ ହସ ଆଣିବାକୁ ଯଥେଷ୍ଟ।

Advertisment

ଭାଇରାଲ ହେଉଥିବା ଏହି ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଭିଡିଓରେ ଜଣେ ବୃଦ୍ଧ ମହିଳା ଘର ଭିତରେ ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି, ଯାହାଙ୍କ ଚାରିପାଖରେ ତାଙ୍କ ୭୦-୭୫ ବର୍ଷ ବୟସ୍କା ସ୍ୱାମୀ ମଜାଦାର ଭାବେ ନାଚୁଛନ୍ତି।

ସେ ତାଙ୍କ ପତ୍ନୀଙ୍କ ଚାରିପାଖରେ ଗୀତର ତାଳେ ତାଳେ ସୁନ୍ଦର ଭାବେ ନାଚୁଛନ୍ତି। ବୃଦ୍ଧ ସ୍ୱାମୀଙ୍କ ଏଭଳି ପିଲାଳିଆମି ଦେଖି ତାଙ୍କ ପତ୍ନୀ ହସୁଥିବା ଦେଖାଯାଏ କିନ୍ତୁ ସ୍ୱାମୀ ପୁରା ମସ୍ତିରେ ଥିବା ନଜର ଆସନ୍ତି। ଏହି ଭିଡିଓ ଆପଣଙ୍କ ଦିନକୁ ମଜାଦାର କରିଦେବା ଥୟ।

Advertisment

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ optimistic_chatterbox ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓରେ କ୍ୟାପସନ୍ ଅଛି- “ଯଦି ତୁମେ ନିଜର ପିଲାଳିଆମୀକୁ ନିଜ ଭିତରେ ଜୀବନ୍ତ ରଖ, ତେବେ ତୁମ ଚାରିପାଖରେ ସବୁବେଳେ ଖୁସିର ବାତାବରଣ ରହିବ।”

ଭାଇରାଲ ହେଉଥିବା ଏହି ଭିଡିଓକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧ କୋଟିରୁ ଅଧିକ ଲୋକ ଦେଖିସାରିଥିବାବେଳେ ୮.୫ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିସାରିଥିଲେ।

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ