Advertisment

ତେଲ ଦର ତ କମିଲା : ଅତ୍ୟାବଶ୍ୟକ ସାମଗ୍ରୀର ଦର କମିବ କେବେ?

ପରିବହନ ସଂସ୍ଥାଙ୍କ ଯୁକ୍ତି ହେଲା, ଡିଜେଲ ଦର କମିବା ଦ୍ୱାରା ମାର୍କେଟ ଉପରେ ଏହାର ତତକ୍ଷଣାତ୍ ପ୍ରଭାବ ପଡିବା ସମ୍ଭାବନା କମ୍। କାରଣ ପରିବହନ ସଂସ୍ଥା ବାର୍ଷିକ ଚୁକ୍ତିଭିତ୍ତିରେ ଗାଡ଼ି ନିଅନ୍ତି

author-image
Sarbeswar
Oil Price

Oil Price

ଭୁବନେଶ୍ୱର(କପିଳେନ୍ଦ୍ର ପ୍ରଧାନ): ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। ତେବେ ଖସିବ କି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ? ମହଙ୍ଗା ମାଡ଼ରୁ ଜନତାଙ୍କୁ କେବେ ମିଳିବ ଆଶ୍ୱସ୍ତି? ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ଉତ୍ପାଦନ ଶୁଳ୍କ ଏବଂ ରାଜ୍ୟ ଭାଟ୍ କମାଇବା ପରେ ଉଠିଛି ଏହି ପ୍ରଶ୍ନ । ତେବେ ଖାଉଟିଙ୍କ ନିକଟରେ ତୈଳଦର ହ୍ରାସର ଫାଇଦା ପହଞ୍ଚିବାକୁ ସମୟ ଲାଗିବ ବୋଲି କହିଛନ୍ତି ବ୍ୟବସାୟୀ।

Advertisment

ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ମୁକ୍ତି ଦେବାକୁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ପଦାଙ୍କ ଅନୁସରଣ କରି ଭାଟ୍ ହ୍ରାସ କରିଛନ୍ତି। ତେବେ ତୈଳ ଦର କମିବା ଦ୍ୱାରା ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ଉପରେ ପଡିବକି ଏହାର ପ୍ରଭାବ? ଏହାକୁ ନେଇ ଉତ୍କଣ୍ଠାରେ ଖାଉଟି । ତେଲ ଦର କମିଲେ ଫଳ, ପନିପରିବା ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମଧ୍ୟ ଶସ୍ତା ହେବ ବୋଲି ଲୋକଙ୍କ ଆଶା ରହିଛି। ମାତ୍ର ତୈଳ ଦର ହ୍ରାସର ବଜାର ଉପରେ କି ପ୍ରଭାବ ପଡୁଛି ତାହା ଏବେଠୁ କହିବା ବି ମୁସ୍କିଲ।

Advertisment

ପରିବହନ ସଂସ୍ଥାଙ୍କ ଯୁକ୍ତି ହେଲା, ଡିଜେଲ ଦର କମିବା ଦ୍ୱାରା ମାର୍କେଟ ଉପରେ ଏହାର ତତକ୍ଷଣାତ୍ ପ୍ରଭାବ ପଡିବା ସମ୍ଭାବନା କମ୍। କାରଣ ପରିବହନ ସଂସ୍ଥା ବାର୍ଷିକ ଚୁକ୍ତିଭିତ୍ତିରେ ଗାଡ଼ି ନିଅନ୍ତି। ତେଣୁ ଡିଜେଲ ଓ ପେଟ୍ରୋଲ ଦର ହଠାତ୍ ବଢିବା କମିବା ଦ୍ୱାରା କୌଣସି ଫରକ ପଡେ ନାହିଁ। ସେହିପରି ଆଗାମୀ ଦିନରେ ଡିଜେଲ ଦର ଯେ ବଢ଼ିବନି, ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଆନ୍ତଃରାଜ୍ୟ ପରିବହନ ଭଡ଼ା ତତ୍କାଳ କମିବା ଭଳି ଲାଗୁନି। ତେବେ ଡିଜେଲ ଦର କମିବା ପରେ ଡାଲି, ଖାଇବା ତେଲ ଭଳି କିଛି ସାମଗ୍ରୀର ପାଇକାରୀ ଦର କମିଛି। ଏହାଦ୍ୱାରା ଖାଉଟୀ ସିଧାସଳଖ ଉପକୃତ ହେବେ।

ଏପଟେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ୩ ଟଙ୍କା କମାଇବା ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ରାଜ୍ୟ ସରକାର ତେଲ ଉପରେ ଶତକଡ଼ାରେ ଭାଟ୍ ନିଅନ୍ତି। ପେଟ୍ରୋଲ ଉପରେ ୩୨% ଭାଟ୍ ଥିବା ବେଳେ ଡିଜେଲରେ ରହିଛି ୨୮% । ତେଣୁ ମୋଟାମୋଟି କିଭଳି ୩ ଟଙ୍କା ହ୍ରାସ କଲେ ତାହା ସର୍କୁଲାର ଆସିବା ପରେ ଜଣାପଡିବ ବୋଲି କହିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।

Oil Price Odisha
Advertisment
Advertisment