Advertisment

କତାରରେ ଫସି ରହିଥିବା ପୁଅକୁ ଉଦ୍ଧାର ପାଇଁ ବାପାମାଆଙ୍କ ନିବେଦନ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଗଙ୍ଗା ଡାକୁଆଙ୍କ ସାନପୁଅ ବିଷ୍ଣୁପ୍ରସାଦ ଡାକୁଆ ଗତବର୍ଷ କାମ କରିବାକୁ କାତାର ଯାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha youth stranded in Qatar

Odisha youth stranded in Qatar

ବିଦେଶରେ ଫସି ରହିଛନ୍ତି ଓଡ଼ିଆ ପୁଅ। ପରିସ୍ଥିତି ଏପରି ହୋଇଛି କି ଭିକ ମାଗି ଚଳୁଛନ୍ତି। ଅନ୍ୟପଟେ କତାରରେ ଫସି ରହିଥିବା ଭେଣ୍ଡିଆ ପୁଅକୁ ଉଦ୍ଧାର କରିବା ଲାଗି ମାଆଙ୍କର କାକୁତିମିନତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଗଙ୍ଗା ଡାକୁଆଙ୍କ ସାନପୁଅ ବିଷ୍ଣୁପ୍ରସାଦ ଡାକୁଆ ଗତବର୍ଷ କାମ କରିବାକୁ କାତାର ଯାଇଥିଲେ।

Advertisment

ସେ ଏକ କଂପାନୀରେ ହେଲ୍ପର ଭାବେ କାମ କରୁଥିଲେ। ଦୁଇ ବର୍ଷର ଭିସା କହି ମାତ୍ର ୬ ମାସିଆ ଭିସା ଦେଇ ଠିକାଦାର ସେଠାକୁ ପଠାଇ ଦେଇଥିଲା। ହେଲେ ଭିସା ଅବଧି ସରିବା ପରେ ବି ସେ ବର୍ଷେ ଯାଏ କାମ କରିଥିଲେ ହେଲେ କଂପାନୀ ତାଙ୍କୁ ୬ ମାସର ଦରମା ଦେଇ ଶ୍ରମିକ କ୍ୟାମ୍ପରୁ ବାହାର କରିଦେଲା।

ଅନ୍ୟପକ୍ଷରେ କଂପାନୀ କ୍ୟାମ୍ପରେ ଥିବାବେଳେ ତାଙ୍କ ଭିସା, ପାସପୋର୍ଟ ଓ ମୋବାଇଲ୍ ଫୋନ୍ ହଜିଗଲା ବିନା ଭିସା ଓ ପାସପୋର୍ଟରେ ଏଣେତେଣେ ବୁଲୁଥିବାରୁ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଦୁଇ ମାସ ଜେଲ୍‌ରେ ରଖିବା ପରେ ପୁଣି ଆଣି ଛାଡ଼ି ଦେଇଛି। ଏବେ ପାଖରେ ଟଙ୍କାଟିଏ ଅଛି ନା ଆସିବାକୁ କୌଣସି ରାସ୍ତା।

Advertisment

ୟା ପାଖରୁ ତା ପାଖରୁ ମାଗିକି ଖାଇବା ଓ ରାସ୍ତା କଡ଼ରେ ଶୋଇ ଜୀବନ କାଟୁଛନ୍ତି। ଏହାସହ ତାଙ୍କୁ ଫେରାଇ ଆଣିବା ଲାଗି ଅନ୍ୟ ଜଣକ ମୋବାଇଲରୁ ଭିଡିଓ କରି ନିଜ ପରିବାର ପାଖକୁ ପଠାଇଛନ୍ତି। ପୁଅର ଏ ଅବସ୍ଥା ଦେଖି ବାପାମାଆଙ୍କ ଆଖିରୁ ଲୁହ ଶୁଖୁନି। ପୁଅକୁ ଫେରାଇ ଆଣିବା ଲାଗି ଦୁହେଁ ଗୁହାରି କରିଛନ୍ତି। 

Odia Youth In Qatar
Advertisment
Advertisment