/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644819653.jpg)
Odisha Vigilance Raid House & Properties Of Sambalpur’s Chief Electrical Inspector
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନିଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।
Advertisment
ସମ୍ବଲପୁର ଓ ଖୋର୍ଦ୍ଧା ସମେତ ସୁନିଲଙ୍କର ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡିଛି । ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ୨ ଜଣ ଡିଏସ୍ପି, ୯ ଜଣ ଇନ୍ସପେର, ୨ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି ।
ସୂଚନା ଅନୁସାରେ,ସମ୍ବଲପୁରର ଗ୍ରୀନ ପାର୍କରେ ଥିବା ଫ୍ଲାଟ ନମ୍ବର ୨୦୧ ବାସଭବନ, ଫ୍ଲାଟ ନମ୍ବର ୨୦୩ର ପୈତୃକ ଘର, ଭୁବନେଶ୍ୱର ଖଣ୍ଡଗିରିର କସ୍ମୋପଲିସରେ ଥିବା ଫ୍ଲାଟ ନମ୍ବର ୨୨୨ ଏବଂ ସମ୍ବଲପୁର ବୁଢ଼ାରଜାରେ ଥିବା ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)