• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହନଗା ଟ୍ରେନ୍ ଟ୍ରାଜେଡିର ୨୯ ଦିନ ପରେ ୨୯ଟି ମୃତଦେହର ମିଳିଲା ପରିଚୟ । ଏମସ୍‌ରେ ସଂରକ୍ଷିତ ଥିବା ୮୧ ମୃତଦେହ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍ଏ ମ୍ୟାଚିଂ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତଦେହ ହସ୍ତାନ୍ତର ପକ୍ରିୟା ଆରମ୍ଭ ହୋଇଛି । ସେପଟେ ଆଉ ୫୨ଟି ମୃତଦେହର ଚିହ୍ନଟ ନେଇ ଡିଏନଏ ରିପୋର୍ଟ ଆସିନଥିବରୁ ମରଶରୀର ପାଇଁ ଏବେ ବି ଅପେକ୍ଷା କରିଛନ୍ତି ନିକଟ ସମ୍ପର୍କୀୟ ।

ବାହାନଗା ଦୁର୍ଘଟଣାର ୨୯ ଦିନ ପରେ ଆଶ୍ୱସ୍ତ ଆତ୍ମୀୟ । ଡିଏନ୍ଏ ମ୍ୟାଚିଂ ପରେ ୨୯ ମୃତଦେହକୁ ମିଳିଛି ପରିଚୟ । ପ୍ରଥମ ପର୍ଯ୍ୟାୟରେ ଡିଏନ୍ଏ ନମୂନା ମ୍ୟାଚ କରାଯାଇଥିବା ୨୯ ପରିବାର ରିପୋର୍ଟ ଆସିବା ପରେ ଏବେ ସେମାନଙ୍କ ପାଇଁ ସହଜ ହୋଇଛନ୍ତି ଶବ ଗ୍ରହଣ ପ୍ରକ୍ରିୟା । ଏହାରି ଭିତରେ ଆଜି ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ୫ ପରିବାରର ଡକ୍ୟୁମେଣ୍ଟ ଯାଞ୍ଚ ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ତା’ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ମିଳିଛି । ଏତେ ଦିନର ଅପେକ୍ଷା ପରେ ମୃତଦେହ ନେବାକୁ ଏବେ ଅନୁମତି ମିଳିବା ପରେ ଆଶ୍ୱସ୍ତ ହୋଇଛନ୍ତି
ଆତ୍ମୀୟ ।

ତେବେ ୮୧ ମୃତଦେହ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ଆହୁରି ୫୨ ମୃତଦେହ ଏବେ ପରିଚୟ ଅପେକ୍ଷାରେ । ତେଣୁ ନିଜ ସମ୍ପର୍କୀୟଙ୍କ ମରଶରୀର ନେବା ଲାଗି ଏବେ ବି ଅପେକ୍ଷାରତ ଅନେକ ପରିବାର । ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ନିମାଇଁ ମାନା । ଭାଇ ସମୀର ଓ ସେ କରମଣ୍ଡଳ ଏକ୍ସପ୍ରେସର ପ୍ୟାଣ୍ଟ୍ରି କାରରେ କାମ କରୁଥିଲେ । ଦୁର୍ଘଟଣା ପରେ ନିମାଇଁ ବଞ୍ଚିଯାଇଛନ୍ତି, ହେଲେ ଖୋଜି ପାଉ ନାହାନ୍ତି ତାଙ୍କ ସାନ ଭାଇକୁ । 

ସେହିଭଳି ପଶ୍ଚିମବଙ୍ଗରୁ ଓଡ଼ିଶାର ସବୁ ହସ୍ପିଟାଲରେ ସ୍ୱାମୀଙ୍କୁ ଖୋଜି ନିରାଶ ହେବାପରେ ଆଜି ନିଜର ଛୋଟ ପୁଅ ସହ ଏମ୍ସ ଆସି ନିଜର ଡିଏନଏ ପରୀକ୍ଷା ଲାଗି ନମୂନା ଦେଇଛନ୍ତି ପଶ୍ଚିମବଙ୍ଗର ଜିତିକା ମାଲ । ଆଶା ରଖିଛନ୍ତି, ଏଇଠୁ ବୋଧହୁଏ ତାଙ୍କ ସ୍ୱାମୀଙ୍କ ମୃତଦେହ ମିଳିଯାଇପାରେ ।

ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୃତକଙ୍କ ମଧ୍ୟରୁ ୧୬୨ ଜଣଙ୍କ ମୃତଦେହ ଏମସ୍‌ରେ ରଖାଯାଇଥିଲା । ସମ୍ପର୍କୀୟଙ୍କ ଦ୍ୱାରା ଚିହ୍ନଟ ପରେ ସେଭିତରୁ ୮୧ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା । ଅବଶିଷ୍ଟ ୮୧ଟି ମୃତ ଶରୀର ଲାଗି ୩ଟି ପର୍ଯ୍ୟାୟରେ ୮୪ ଜଣଙ୍କ ଡିଏନଏ ନମୁନା ଦିଲ୍ଲୀ ଏମସକୁ ପଠାଯାଇଛି । ଏ ଭିତରେ ଆଉ ୫ ଜଣ ସମ୍ପର୍କୀୟ ମଧ୍ୟ ମୃତଦେହ ନେବାକୁ ଦାବି ଡିଏନ୍ଏ ନମୂନା ଦେଇଛନ୍ତି ।

  • Reported by:
  • KAPILENDRA PRADHAN , BIBARTAN PANDA , CHANDAN PAIKRAY