• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାରେ ସବୁଠୁ ଅଧିକ ଭିଜିଲାନ୍ସ ମାମଲା । ଆୟ ବହିର୍ଭୂତ ସଂପତ୍ତି ଠୁଳକୁ ଠାବ କରିବା ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଓଡ଼ିଶାର ଭିଜିଲାନ୍ସ ଏକ ନମ୍ବର । ୨୦୨୧ ଏନସିଆରବିର ତଥ୍ୟରୁ ଏହା ଜଣାପଡ଼ିଛି ଦେଶର ମୋଟ ୩୯୮ଟି ମାମଲା ମଧ୍ୟରୁ ଓଡ଼ିଶା ଭିଜିଲାନ୍ସ ୯୨ଟି ମାମଲା ରୁଜୁ କରିଛି, ଯାହାକି ସାରା ଦେଶର ମାମଲାର ୨୩ ପ୍ରତିଶତ । ଦଣ୍ଡବିଧାନ ହାର ରହିଛି ୪୨ ଦଶମିକ ୫ ପ୍ରତିଶତ ।

ଭିଜିଲାନ୍ସ ତରଫରୁ ଚାଲିଥିବା ଦୁର୍ନୀତି ବିରୋଧୀ ଲଢ଼େଇ ଅଭିଯାନରେ ୨୦୨୧ରେ ୧୨ ଜଣ ସରକାରୀ କର୍ମଚାରୀଙ୍କ ଚାକିରି ଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ୨୦୨୨ରେ ମଧ୍ୟ ଏହି ଅଭିଯାନ ଜାରି ରହିବ ଓ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।