/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657432444.jpg)
Odisha Teacher Thrashes Students
ସ୍କୁଲ ପିଲାଙ୍କୁ ସାର୍ଙ୍କ ନିର୍ଘାତ ମାଡ଼ । ଏମିତି ନିର୍ଦ୍ଦୟ ହୋଇ ପିଟିଛନ୍ତି ଯେ, ପିଲାଙ୍କ ଦେହରେ ଚିହ୍ନ ରହି ଯାଇଛି । ଏହାସହ ପିଲାଙ୍କ ନୋଳା ଫାଟି ଯାଇଛି । କଟକ ଜିଲ୍ଲା ନରସିଂହପୁର ଥାନା ନୂଆଗଡ଼ ୟୁପି ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । କିଛି ନ ଦେଖି ବାଡ଼ିରେ ଆଖିବୁଜା ପିଟିଥିବାର ଅଭିଯୋଗ କରିଛନ୍ତି ପିଲେ ।
ଅଭିଯୋଗ ଅନୁଯାୟୀ, ସାର୍ ମାଧବ ରାଉଳ ସ୍କୁଲରେ ଶୋଇଥିଲେ । ସେହି ସମୟରେ ପିଲମାନେ ଶୌଚ ଯିବା ପାଇଁ କୁଆଡ଼େ ଏହି ପିଲମାନେ ଅନୁମତି ମାଗିଥିଲେ । ସାର୍ ହଁ ବି କହିଥିଲେ । କିନ୍ତୁ ପିଲାମାନେ ଫେରିବା ପରେ ହଠାତ୍ ସାର୍ଙ୍କ ରାଗ ପଞ୍ଚମକୁ ଉଠିଥିଲା । ତା ପରେ ଜଣେ ପରେ ଜଣେ ଏମିତି ୫ ଜଣଙ୍କୁ ବାଡ଼ିରେ ନିର୍ଘାତ ପିଟିଥିଲେ ସାର୍ ।
ଏଥିପାଇଁ ଅବଶ୍ୟ ପରେ ସେ ଭୁଲ ମାଗିଛନ୍ତି । ଏହାର ପୁନରାବୃତ୍ତି ହେବନାହିଁ ବୋଲି କହିଛନ୍ତି । ଶିକ୍ଷକ ଜଣକ ପିଲାଙ୍କୁ ବାଡ଼ିରେ ପିଟିବା ଖବର ପାଇବା ପରେ ବିଇଓ ସ୍କୁଲକୁ ଆସି ତଦନ୍ତ କରିଛନ୍ତି । ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଭାବକମାନେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ତାଙ୍କଠାରୁ ଏକ ଅଣ୍ଡରଟେକିଂ ଲେଖାଇ ଏହାର ସମାଧାନ କରାଯାଇଥିବା ବିଇଓ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)