• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମତୁଆଲା କରୁଛି ମହୁଲ ଫୁଲ। ଗାଁ ଜଙ୍ଗଲରେ ହସୁଛି ମହୁଲ ଗଛ । ମହୁଲ ଫୁଲ ସଂଗ୍ରହ ଋତୁରେ ମନ ଲୋକଙ୍କ ଭାରି । କିଏ ମହୁଲ ସଂଗ୍ରହ କରିବାରେ ବ୍ୟସ୍ତ ତ କିଏ ପୁଣି ମହୁଲ ସଂଗ୍ରହ କରି ଦାଣ୍ଡ ଦୁଆରେ ଶୁଖାଇବାରେ ବ୍ୟସ୍ତ । ଚାରିଆଡେ ମହୁଲ ଫୁଲର ମହକ, ମହକୁଛି ବଣ ପାହାଡ, ଗାଁ ଦାଣ୍ଡ । ନୂଆପଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକଙ୍କୁ ଖରା ୨ ମାସ ଅର୍ଥ ଯୋଗାଇ ଥାଏ ମହୁଲ । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଲୋକେ ସ୍ଥାନୀୟ ବ୍ୟବସାୟୀଙ୍କୁ କମ୍ ଦାମରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି ।

ଖରା ୨ ମାସ ଲୋକେ ପାହାନ୍ତିଆରୁ ଅପରାହ୍ନ ପର୍ଯ୍ୟନ୍ତ ସପରିବାର ଯାଇ ବଣ ଜଙ୍ଗଲରୁ ମହୁଲ ସଂଗ୍ରହ କରିଥାନ୍ତି । କିଛି ପଇସା ରୋଜଗାର ପାଇଁ ଭୋକ ଉପାସରେ ଦିନ ତମାମ ମହୁଲ ସଂଗ୍ରହ କରିଥାନ୍ତି । ଖରା ମାସରେ କଠିନ ପରିଶ୍ରମ କଲେ ପ୍ରାୟ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରିହୁଏ । ତେବେ ବର୍ତ୍ତମାନ ମହୁଲ ବିକ୍ରି ପାଇଁ କୌଣସି ବଜାର ବ୍ୟବସ୍ଥା ନଥିବାରୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ସେପଟେ ପୁଣି ଜିଲ୍ଲାର ୫ଟି ବ୍ଲକରେ ମହୁଲର ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିଛନ୍ତି ପ୍ରଶାସନ । କିନ୍ତୁ ଲୋକେ ସରକାରୀ ଦର ଜାଣି ପାରୁ ନ ଥିବାରୁ ଶୋଷଣର ଶିକାର ହେଉଥିବା ଅଭିଯୋଗ କରୁଛନ୍ତି । ତେବେ ଜିଲ୍ଲାରେ ଅଭାବି ବିକ୍ରି ହେଉନି, ଯଦି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଜିଲ୍ଲା ପଂଚାୟତ ଅଧିକାରୀ କହିଛନ୍ତି । ତେଣୁ ମହୁଲର ଉଚିତ ଦର ଯଦି ଲୋକେ ଜାଣି ପାରନ୍ତେ,ଲୋକେ ପରିଶ୍ରମ ହିସାବରେ ସରକାରୀ ଧାର୍ଯ୍ୟ ମୁଲ୍ୟ ପାଇ ପାରନ୍ତେ ବୋଲି ସାଧାରଣରେ ଦାବି ହୋଇଛି ।

ନୂଆପଡା, ମାୟାଧର ସରାଫ