Advertisment

ଓଡ଼ିଶାରେ ମାଡ଼ିଲା ଡେଙ୍ଗୁ: ବର୍ତ୍ତମାନ ସୁଦ୍ଧା ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ

ବର୍ଷା ପଡ଼ୁ ପଡ଼ୁ ପୁଣି ରାଜ୍ୟରେ ମାଡ଼ିଲା ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha reports 175 dengue cases

Odisha reports 175 dengue cases

ବର୍ଷା ପଡ଼ୁ ପଡ଼ୁ ପୁଣି ରାଜ୍ୟରେ ମାଡ଼ିଲା ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୯୩ ଜଣ ରୋଗୀ କେବଳ ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Advertisment

ଗତବର୍ଷ ତୁଳନାରେ ଚଳିତ ବର୍ଷ ୨ ଗୁଣା ଲୋକଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି । ଏନେଇ ୪୦ଟି ସେଣ୍ଟିନେଲ୍‌ ସାଇଟ୍‌ରେ ଏଲିଶା ପଦ୍ଧତିରେ ଟେଷ୍ଟ କରାଯାଉଛି। ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେବାକୁ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ SOP ଜାରି ହୋଇଛି।

ପର୍ଯ୍ୟାପ୍ତ ପରିମାଣର ବେଡ୍‌ ଏବଂ ଔଷଧ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବ୍ଲଡ୍‌ ଓ ପ୍ଲାଟିଲେଟ ମହଜୁଦ ରଖିବାକୁ ବ୍ଲଡ୍‌ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି । ସଚେତନ ରହିବା ନେଇ ଜନସାଧାରଣଙ୍କୁ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି।

Advertisment
Dengue
Advertisment
Advertisment