Advertisment

ଶାସନରେ ତଳ ଆଡୁ ୩ ନମ୍ବର ଓଡ଼ିଶା !

ଗୁଡ୍ ଗର୍ଭନାନ୍ସ ବା ସୁଶାସନରେ ଓଡିଶା କେତେ ଦକ୍ଷ? କେତେ ହୋଇଛି ରାଜ୍ୟର ଆର୍ଥିକ ବିକା

author-image
Sarbeswar
Odisha Rank

Odisha Rank

ଭୁବନେଶ୍ୱର : ପ୍ରଶାସନ କ୍ଷେତ୍ରରେ କେଉଁ ରାଜ୍ୟ କେତେ ଦକ୍ଷ? ବେଙ୍ଗାଲୁରୁରେ ଥିବା ପବ୍ଲିକ ଆଫେୟାର୍ସ ସେଣ୍ଟରର ରିପୋର୍ଟ ଅନୁସାରେ ୧୮ ବୃହତ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ତଳ ଆଡୁ ତୃତୀୟ। କେରଳ ନମ୍ବର ୱାନରେ ଥିବାବେଳେ ପଡୋଶୀ ଝାଡଖଣ୍ଡ, ଛତିଶଗଡ ଭଳି କ୍ଷୁଦ୍ର ରାଜ୍ୟ ଓଡିଶାଠାରୁ ଢେର ଉପରେ ରହିଛନ୍ତି। କେବଳ ନିର୍ବାଚନମୁଖୀ ଯୋଜନା, ଯୋଜନାର କାର୍ଯ୍ୟକାରିତାରେ ବିଫଳତା ଏବଂ ଅର୍ଥ ବାଟମାରଣା, ରାଜ୍ୟ ପଛରେ ପଡିବାର ମୁଖ୍ୟ କାରଣ ବୋଲି ଅଭିଯୋଗ ଉଠିଛି।

Advertisment

ଗୁଡ୍ ଗର୍ଭନାନ୍ସ ବା ସୁଶାସନରେ ଓଡିଶା କେତେ ଦକ୍ଷ? କେତେ ହୋଇଛି ରାଜ୍ୟର ଆର୍ଥିକ ବିକାଶ? ପ୍ରଶାସନିକ ନୀତି ନିର୍ଦ୍ଧାରଣରେ ନିଆଯାଉଛି କି ସାଧାରଣ ଲୋକଙ୍କ ମତାମତ? ଯୋଜନା ପ୍ରଣୟନ ଓ ଏହାର କାର୍ଯ୍ୟକାରିତାରେ ସରକାର କେତେ ସଫଳ? ତାର ଗୁମର ଖୋଲିଛି ବେଙ୍ଗାଲୁରୁରେ ଥିବା ଥିଙ୍କ୍ ଟ୍ୟାଙ୍କ ସଂସ୍ଥା ପବ୍ଲିକ ଆଫାୟର୍ସ ସେଣ୍ଟରର ରିପୋର୍ଟ । ପବ୍ଲିକ ଆଫାୟର୍ସ ଇଣ୍ଡେକ୍ସ ୨୦୨୧ ଅନୁସାରେ, ଦେଶର ୧୮ ବୃହତ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ୧୬ ନମ୍ବର ଗୁଡ୍ ଗଭନାନ୍ସର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ବିଜ୍ଞାପନ ଜରିଆରେ ଚାଲିଛି ଜୋରଦାର ପ୍ରଚାର।

Advertisment

କିନ୍ତୁ ବାସ୍ତବ ସ୍ଥିତି ସାମ୍ନାକୁ ଆଣିଛି ଏହି ରିପୋର୍ଟ। ଗୁଡ୍ ଗଭର୍ନାସ କ୍ଷେତ୍ରରେ କେରଳ ଏକ ନମ୍ବର ସ୍ଥାନରେ ଥିବା ବେଳେ ଝାଡଖଣ୍ଡ ଓ ଛତିଶଗଡ ଭଳି କ୍ଷୁଦ୍ର ରାଜ୍ୟ ଓଡିଶାଠାରୁ ବହୁ ଉପରେ ରହିଛନ୍ତି। ଯୋଜନା ଓ କାର୍ଯ୍ୟକାରିତାରେ ସମାନତା, ଅଭିବୃଦ୍ଧି ଓ ନିରନ୍ତରତା ବା ସଷ୍ଟେନବିଲିଟିକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରିଛି ସଂସ୍ଥା। ସମାନତା କ୍ଷେତ୍ରରେ ଦେଶର ବୃହତ ୧୮ ରାଜ୍ୟ ମଧ୍ୟରୁ ଓଡ଼ିଶା ୧୭ ନଂ ସ୍ଥାନରେ ରହିଥିବା ବେଳେ ଅଭିବୃଦ୍ଧି କ୍ଷେତ୍ରରେ ୧୩ ଏବଂ ନିରନ୍ତରତାରେ ୧୨ ନମ୍ବର ସ୍ଥାନରେ ରହିଛି ଓଡିଶା ସ୍ଥିତିକୁ ଚିନ୍ତାଜନକ କହିବା ସହ ସରକାର ଏହାକୁ ଗୁରୁତର ସହ ନେବା ପାଇଁ ପରାମର୍ଶ ଦେଇଛନ୍ତି ଅର୍ତନୀତି ବିଶାରଦ।

ସେହିପରି ଏହି ରିପୋର୍ଟ ମଧ୍ୟ ଖୋଲିଛି ରାଜ୍ୟ ସରକାରଙ୍କ ଫାଇଭ୍-ଟିର ପୋଲ୍। ଲୋକଙ୍କ ମତାମତ ନେଇ ସ୍ୱଚ୍ଛ ଏବଂ ସୁଶାସନ ଦେବା ପାଇଁ ଫାଇଭ୍-ଟି ଆରମ୍ଭ କରିଥିଲେ ରାଜ୍ୟ ସରକାର। ହେଲେ ରିପୋର୍ଟ କହୁଛି ରାଜ୍ୟରେ ନୀତି ନିର୍ଦ୍ଧାରଣ ବେଳେ ସବୁ ବର୍ଗଙ୍କ ମତାମତ ନେଉନାହାନ୍ତି ସରକାର। ଯେଉଁଥିପାଇଁ ଯୋଜନାର ସୁଫଳ ପାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଯୋଜନା ବାବଦ ଅର୍ଥ ବାଟମାରଣା, ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନପାରିବା ଏହାର କାରଣ ବୋଲି କୁହାଯାଉଛି। ତେବେ ବିଜେଡି କହିଛି ରାଜ୍ୟର ସ୍ଥିତି ଠିକ୍ ଅଛି।

Odisha Odisha Govt
Advertisment
Advertisment