/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666960438.jpg)
odisha proposes to make 30 ft access road
ସହରାଞ୍ଚଳରେ ଘର କରିବା ଲାଗି ୨୦୧୭ ପରେ ଜମି କିଣିଥିବା ଲୋକଙ୍କ ପାଇଁ ନଗର ଉନ୍ନୟନ ବିଭାଗର କଠୋର ସର୍ତ୍ତ। ଘର ସାମନାରେ ୩୦ ଫୁଟର କମ୍ ଚଉଡ଼ାର ରାସ୍ତା ଥିଲେ ବିଲ୍ଡିଂ ପ୍ଲାନ ଆପ୍ରୁଭ କରାଯିବ ନାହିଁ। ରାଜ୍ୟ ସରକାର ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ସଂଶୋଧିତ ନିୟମ-୨୦୨୨ ପାଇଁ ପ୍ରସ୍ତାବ ଆଣିଛନ୍ତି।
ଏହି ପ୍ରସ୍ତାବ ଆଇନରେ ପରିଣତ ହେଲେ ସହରାଞ୍ଚଳରେ ଘର କରିବାକୁ ଥିବା ଆଶାୟୀମାନେ ଅଧିକ ଖର୍ଚ୍ଚାନ୍ତ ହେବେ। ପ୍ରସ୍ତାବିତ ନିୟମ ଅନୁଯାୟୀ, ଯେଉଁମାନେ ୩୦ଫୁଟରୁ କମ୍ ରାସ୍ତା ଥିବା ଅଞ୍ଚଳରେ ଜମି କିଣିଛନ୍ତି ସେମାନେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ କରି ଘର କରିବାକୁ ହେଲେ ହଇରାଣ ହେବେ। ଘର ସାମନାରେ ଥିବା ରାସ୍ତାକୁ ୩୦ ଫୁଟ୍ ଚଉଡ଼ାର କରିବା ଲାଗି ଆବଶ୍ୟକ ହେଉଥିବା ଜାଗା ପାଇଁ କିଣିଥିବା ଜମିରୁ ଅଧା ଛାଡ଼ିବେ।
ଏହି ଜମି ସଂପୂର୍ଣ୍ଣ ଭାବେ ମାଗଣାରେ ଦେବାକୁ ହେବ। ହେଲେ ଯେତିକି ଜମି କିଣିଥିଲେ, ତାହାକୁ ଫ୍ଲୋର ଏରିଆ ରେସିଓ ବିବେଚନା କରାଯାଇ ବିଲ୍ଡିଂ ପ୍ଲାନ ଆପ୍ରୁଭ କରାଯିବ। ଏସବୁ ବାଦ୍ ଜମି ମାଲିକଙ୍କୁ ତାଙ୍କ ଜମିର ବେଞ୍ଚ ମାର୍କ ମୂଲ୍ୟର ୧୫% ଫି କମ୍ପାଉଣ୍ଡିଂ ଫି ବାବଦରେ ଦେବାକୁ ହେବ। ଜମିର ମୂଲ୍ୟ ୨୦ଲକ୍ଷ ଟଙ୍କା ହୋଇଥିଲେ ଜମି ମାଲିକଙ୍କୁ କମ୍ପାଉଣ୍ଡିଂ ଫି ବାବଦକୁ ୩ ଲକ୍ଷ ଟଙ୍କା ପ୍ଲାନ୍ ଆବେଦନ ବେଳେ ଜମା କରିବାକୁ ପଡ଼ିବ। ଏହାବାଦ୍ ଅନ୍ୟାନ୍ୟ ଫି ଦେବାକୁ ପଡ଼ିବ, ଯାହା ଅନୁମୋଦିତ ପ୍ଲାନ୍ ନେଇ ଘର କରିବାକୁ ଆଶା ବାନ୍ଧିଥିବା ଲୋକଙ୍କୁ ନିରାଶ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)