• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛେଳି ଚୋରିକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ । ଆନ୍ଧ୍ରର ଘଟଣା ଓ ଆନ୍ଧ୍ରର ଚୋରକୁ ଓଡ଼ିଶା ପୋଲିସ ବାନ୍ଧି ପାରିବ ନାହିଁ ବୋଲି କହି ଆନ୍ଧ୍ର ପୋଲିସର ଅତିକ୍ରମଣକୁ ଓଡ଼ିଶା ପୋଲିସ ବିରୋଧ କରିଛି । ଏହାକୁ ନେଇ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛି, ହେଲେ ସ୍ଥାନୀୟ ଲୋକେ ଓଡ଼ିଶା ପୋଲିସକୁ ସହଯୋଗ କରିବାରୁ ଆନ୍ଧ୍ର ପୋଲିସ ନିରାଶ ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ଗାଁରୁ କିଛିଦିନ ହେଲା ଛେଳି ଚୋରି ହେଉଥିଲା । ଏଣୁ ଚୋରକୁ ଧରିବା ଲାଗି ଲୋକେ ଜଗି ରହିଥିଲେ । ପୁଣି ଚୋରି ହେବା ବେଳେ ଗାଁ ଲୋକେ ୨ ଜଣ ଚୋରଙ୍କୁ ଧରି ଗାରାବନ୍ଧ ପୋଲିସର ଜିମା ଦେଇଥିଲେ ।

ପୋଲିସ ୨ ଚୋରଙ୍କୁ ଥାନାକୁ ନେବାବେଳେ ଆନ୍ଧ୍ର ପୋଲିସ ଆସି ଅଟକାଇଥିଲା । ମାଣିକପାଟଣା ଗାଁ ଆନ୍ଧ୍ରର ହୋଇଥିବାରୁ ଓଡ଼ିଶା ପୋଲିସ ଏଥିରେ ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଯୁକ୍ତି କରିଥିଲେ । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା ଶେଷରେ ଗାଁ ଲୋକେ ଓଡ଼ିଶା ପୋଲିସ ଓ ଚୋରଙ୍କୁ ସେଠାରୁ ବାହାର କରି ଥାନାକୁ ଆଣିଥିଲେ ।