• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଥିବା କହିଲେ ଅର୍ଥମନ୍ତ୍ରୀ । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଛି । ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି । ଦେଶ  ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୨% ରହିବ ବୋଲି ମଧ୍ୟ ଆକଳନ କରାଯାଇଛି ।

୨୦୨୨-୨୩ରେ ରାଜ୍ୟର GSDP ଅଭିବୃଦ୍ଧି ୧୨%ରୁ ଅଧିକ ସମ୍ଭାବନା । ୨୦୦୫-୦୬ ପରଠାରୁ ରାଜ୍ୟ କ୍ରମାଗତ ରାଜସ୍ୱ ବଳକା ହାସଲ କରୁଛି । ୨୦୨୨-୨୩ରେ ମୋଟ କାର୍ଯ୍ୟକ୍ରମ ବ୍ୟୟ ୧.୧୦ ଲକ୍ଷ କୋଟି ଆକଳନ କରାଯାଇଛି । ସରକାରୀ କ୍ଷେତ୍ର ପାଇଁ ୧ ଲକ୍ଷ କୋଟି, ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି । ବିପର୍ଯ୍ୟୟ ମୁକାବିଲା ପାଇଁ ୩ ହଜାର ୨ଶହ କୋଟି ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨ ହଜାର ୨ ଶହ କୋଟି ବ୍ୟୟବରାଦ କରାଯାଇଛି ।

ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହସ୍ପିଟାଲକୁ ପୈଠ ପାଇଁ ୧୮୬୪ କୋଟି ଟଙ୍କା ରଖାଯାଇଛି । ମିଶନ ଶକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ବ୍ୟୟବରାଦ କରାଯାଇଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୧୦୩୯ କୋଟି ବ୍ୟୟବରାଦ ରହିଛି । SHG ଓ ସେମାନଙ୍କ ମହାସଂଘ ପାଇଁ ୭୭୩ କୋଟି ବ୍ୟୟବରାଦ କରାଯାଇଛି । ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୨୨-୨୩ରେ ଶିକ୍ଷା କ୍ଷେତ୍ର ପାଇଁ ୨୬ ହଜାର ୪୯୨ କୋଟି ବ୍ୟୟବରାଦ କରାଯାଇଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦ ହଜାର ୩୪୪ କୋଟି ବ୍ୟୟବରାଦ କରାଯାଇଛି । କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କାର ବ୍ୟୟବରାଦ ରହିଛି ।