• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ବଢ଼ି ଚାଲିଛି ଅପରାଧ । ୨୦୨୦ ତୁଳନାରେ ୨୦୨୧ରେ ସାମ୍ନାକୁ ଆସିଛି ଢେର୍ ଅଧିକ ଅପରାଧ ମାମଲା ।୨୦୨୧ରେ ମୋଟ ୧ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧି ମାମଲା ରୁଜୁ ହୋଇଛି । ଏଥିରୁ ୧ ଲକ୍ଷ ୪୯ ହଜାର ୨୩୨ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ଏଥିମଧ୍ୟରୁ ୧ ହଜାର ୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୩ ହଜାର ୩୨୭ଟି ଦୁଷ୍କର୍ମ ମାମଲା ରହିଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ର -୨୦୨୧ରେ ଏହା ଦର୍ଶାଯାଇଛି ।

ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ବର୍ଷକରେ ଅପରାଧି ମାମଲା ବଢ଼ିଛି । ଗତ ବର୍ଷ ଅର୍ଥାତ ୨୦୨୦ରେ ରୁଜୁ ହୋଇଥିବା ମୋଟ ଅପରାଧିକ ମାମଲା ସଂଖ୍ୟା ଥିଲା ୧ ଲକ୍ଷ ୩୪ ହଜାର ୨୩୦ । ସେହିପରି ଆଇନ୍ ଶୃଙ୍ଖଳା ପରିସ୍ଥିତି ଲାଗି ପୋଲିସକୁ ୨୩ ଥର ଗୁଳିଚାଳନା କରିବାକୁ ପଡ଼ିଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରିଛି ଗୃହ ବିଭାଗ । ମାଓବାଦୀଙ୍କ ସହ ୨୧ଟି ଗୁଳିବିନିମୟ ଘଟଣା ସହ ମୋଟ ୨୮ଟି ଘଟଣା ଘଟିଛି ।

୨୯୮ଟି ଯୌତୁକ ଜନିତ ହତ୍ୟା ମୋକଦ୍ଦମା ଓ ୧୨୯ ଯୌତୁକ ଜନିତ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି । ସେହିପରି ୪ ହଜାର ୯୪୯ଟି ଯୌତୁକ ଜନିତ ନିର୍ଯାତନା ମାମଲା ମଧ୍ୟ ରୁଜୁ ହୋଇଥିବା ଶ୍ୱେତ ପତ୍ରରେ ଦର୍ଶାଯାଇଛି ।