Advertisment

ରାଜ୍ୟ ସରକାର ନିଜେ କରିବେ ବାଘ ଓ ହାତୀ ଗଣନା

୨୦୧୭ରେ ହୋଇଥିବା ହାତୀ ଗଣନା ବେଳେ ରାଜ୍ୟରେ ୧୯୭୬ ହାତୀ ଥିବାବେଳେ ୨୦୧୮ ବାଘ ଗଣନା ବେଳେ ଓଡିଶାରେ ୨୮ଟି ବାଘ ଥିଲା।

ଅଦ୍ୟତନ ହୋଇଛି
Elephant and Tiger Census In Odisha

Elephant and Tiger

Advertisment

ଏଣିକି ରାଜ୍ୟ ସରକାର ନିଜେ କରିବେ ବାଘ ଓ ହାତୀ ଗଣନା। ରାଜ୍ୟ ସରକାର ନିଜ ପାଣ୍ଠିରେ ଏହି ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ପ୍ଲାନ ପ୍ରସ୍ତୁତ ହେଉଛି। ବର୍ଷେ କି ଦୁଇ ବର୍ଷେରେ ଏ ନେଇ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ। ଜଙ୍ଗଲ ଓ ପରିବେଶ ବିଭାଗର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛି।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ, ବିପଦରେ ବନ କର୍ମଚାରୀ

୨୦୧୭ରେ ହୋଇଥିବା ହାତୀ ଗଣନା ବେଳେ ରାଜ୍ୟରେ ୧୯୭୬ ହାତୀ ଥିବାବେଳେ ୨୦୧୮ ବାଘ ଗଣନା ବେଳେ ଓଡିଶାରେ ୨୮ଟି ବାଘ ଥିଲା। ଏହା ସହ ନନ୍ଦନକାନନକୁ ବିଶ୍ବସ୍ତରୀୟ ଚିଡିଆଖାନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ଏଥି ପାଇଁ ଖୁବ ଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ ହେବ ବୋଲି ପ୍ରଦୀପ କହିଛନ୍ତି। 

TIger Census
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ