Advertisment

ଓଡ଼ିଶାରେ ଖୋଲିବ ରାସନ୍ ATM, ଟଙ୍କା ବଦଳରେ ବାହାରିବ ରାସନ୍‌

ATMରୁ ଟଙ୍କା ବାହରିଲା ଭଳି ଏଣିକି ରାସନ୍‌ ବାହାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନା ଆରମ୍ଭ ହେବ।

author-image
Rajalaxmi Sahoo
Odisha Govt To Open Ration ATM Soon

Odisha Govt To Open Ration ATM Soon

ATMରୁ ଟଙ୍କା ବାହରିଲା ଭଳି ଏଣିକି ରାସନ୍‌ ବାହାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନା ଆରମ୍ଭ ହେବ। ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ବେଳେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। 

Advertisment

ଖାଦ୍ୟଶସ୍ୟ ରହୁଥିବା ଗୋଦାମ୍ ଗୃହକୁ ସ୍ୱୟଂଚାଳିତ କରିବା ସହିତ କିଭଳି ଗୁଣାତ୍ମକ ଯୁକ୍ତ ଶସ୍ୟ ଖାଉଟିଙ୍କ ପାଖରେ ପହଞ୍ଚି ପାରିବ ସେନେଇ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି। 

ଏହି ଅବସରରେ ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଥିଲା। ଖାଦ୍ୟ ଯୋଗାଣ ବିଭାଗର ୧୨ ଶହ ୫ କୋଟି ୨୯ ଲକ୍ଷ ୪୯ ହଜାର ଟଙ୍କା ଏବଂ ସମବାୟ ବିଭାଗର ୧ ହଜାର ୯ ଶହ ୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ଖର୍ଚ୍ଚ ଦାବି ଆଲୋଚନା ବେଳେ ଅତନୁ ସବ୍ୟସାଚୀ ନାୟକ ଏହା କହିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି। ଦିନକୁ ଦିନ ଏହି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯାଉଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।  

Advertisment
Odisha Assembly ATM Ration ATM
Advertisment
Advertisment