Advertisment

ରୋଡ୍ ଆକ୍ସିଡେଣ୍ଟ ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍: ୬୫ ହଜାର ଏନସିସି କ୍ୟାଡେଟଙ୍କୁ ମିଳିବ ତାଲିମ

ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଏବଂ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ।

author-image
Chandan Shishu
ଅଦ୍ୟତନ ହୋଇଛି
ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍

ଏଣିକି ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ NCC କ୍ୟାଡେଟ୍

ରାଜ୍ୟର NCC କ୍ୟାଡେଟ୍ ହେବେ ରକ୍ଷକ ଜୁନିଅର୍। ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କ ପାଇଁ ପାଲିଟିବେ ଦେବଦୂତ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ଏମିତି ଯୋଜନା କରିଛି ରାଜ୍ୟ ପରିବହନ ବିଭାଗ। ହେଲେ ବିଶେଷଜ୍ଞଙ୍କ ମତ, ପରିବହନ ବିଭାଗ କେବଳ ସର୍କୁଲାର ଜାରି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି।  ହେଲେ ଗ୍ରାଉଣ୍ଡ୍ ରିୟାଲିଟି ପୁରା ଶୂନ୍।

Advertisment

ରୋଡ୍ ଆକ୍ସିଡେଣ୍ଟର ରକ୍ଷକ ସାଜିବେ ଏନସିସି କ୍ୟାଡେଟ୍। ନେବେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ। ଯୋଗାଇଦେବେ ଫାଷ୍ଟ ଏଡ୍ ସେବା ଏବଂ ସାଜିବେ ଦୁର୍ଘଟଣା ପରର ପ୍ରଥମ ସେବାକାରୀ। ରାଜ୍ୟରେ ବଢ଼ିଚାଲିଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ଏମିତି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ନିଷ୍ପତ୍ତି ଅନୁସାରେ, ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ‘ରକ୍ଷକ ଜୁନିଅର’ କାର୍ଯ୍ୟକ୍ରମ। ପ୍ରାୟ ୬୫ ହଜାର ଏନସିସି କ୍ୟାଡେଟଙ୍କୁ ଏଥିରେ ସଡ଼କ ସୁରକ୍ଷା ଏବଂ ଏହାର ଏକାଧିକ ମାନଦଣ୍ଡ ସମ୍ପର୍କରେ ତାଲିମ ଦିଆଯିବ।

ଏପରିକି ଏନସିସି କ୍ୟାଡେଟଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟିୟର- STV ଭାବେ ମଧ୍ୟ ନିୟୋଜିତ କରାଯିବ। ଏହାବାଦ୍ ରାଜ୍ୟର ବଛାବଛା ଶିକ୍ଷାନୁଷ୍ଠାନରେ ଗଠନ କରାଯିବ ରୋଡ୍ ସେଫ୍ଟି କ୍ଲବ୍। କ୍ଲବର ସଦସ୍ୟମାନେ ସଡ଼କ ଦୁର୍ଘଟଣା ବେଳେ ଦୁର୍ଘଟଣାଗ୍ରସ୍ତଙ୍କୁ ଆବଶ୍ୟକ ସେବା ଯୋଗାଇବେ। କେବଳ ସେତିକି ନୁହେଁ, ବାହକ କାର୍ଯ୍ୟକ୍ରମ ଜରିଆରେ ପରିବହନ ବିଭାଗ ରାଜ୍ୟର ୫୦ ହଜାର ଭାରିଯାନ ଚାଳକଙ୍କୁ ରିଫ୍ରେସର୍ ପ୍ରଶିକ୍ଷଣ ଦେବାକୁ ଯୋଜନା କରିଛି।

Advertisment

ଆଗାମୀ ବର୍ଷକ ମଧ୍ୟରେ ଦିଆଯିବାକୁ ଥିବା ଏ ପ୍ରଶିକ୍ଷଣ ଲାଗି ୨୧ କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ କରିଛି ପରିବହନ ବିଭାଗ। ତେବେ ବିଶେଷଜ୍ଞଙ୍କ ଅଭିଯୋଗ, ସଡ଼କ ସୁରକ୍ଷା ନାମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଫଳ ଶୂନ। ପରିବହନ ବିଭାଗ ବିଭିନ୍ନ ସମୟରେ ନୂଆ ନୂଆ ସର୍କୁଲାର ଜାରି କରୁଛି । ହେଲେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନି। ଏବେ ଅପେକ୍ଷା ରାଜ୍ୟ ସରକାରଙ୍କ ରକ୍ଷକ ଜୁନିଅର କାର୍ଯ୍ୟକ୍ରମ କାର୍ଯ୍ୟକାରୀକୁ। ଏହା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବାରେ  କେତେଦୂର ସଫଳ ହେଉଛି  ତା ଉପରେ ନଜର।

NCC
Advertisment
Advertisment