Advertisment

ହିତାଧିକାରୀଙ୍କୁ ହଜାରେ ଟଙ୍କା

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା : ହଜାରେ ଟଙ୍କା ଲେଖାଏଁ ମିଳିବ ସହାୟତା

author-image
Sarbeswar
ଅଦ୍ୟତନ ହୋଇଛି
PDS

PDS

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଂଜୁର କରାଯାଇଛି। ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡକୁ ପ୍ରାଥମିକ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ। ଯଦି ବିଏସକେୱାଇ କାର୍ଡ ନଥିବ ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ।

Advertisment

ତେବେ ଏହା ପୂର୍ବରୁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣା ରାସନ ଦିଆଯିବା ନେଇ ଘୋଷଣା ହୋଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ଯାଏ ଏହାର ଅବଧି ବୃଦ୍ଧି କରାଯାଇଛି । ମାଗଣା ରାସନ ଅବଧି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମୋହର ମଧ୍ୟ ମାରିସାରିଛି । ଏହା ପୂର୍ବରୁ କରୋନା ମହାମାରୀ ଯୋଗୁ କେନ୍ଦ୍ର ସରକାର ନଭେମ୍ବର ମାସ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଦେଇଆସୁଥିଲେ । ଏବେ ଏହି ରାସନ ଆଉ ୪ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଦିଆଯିବ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY) ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଏହି ପ୍ରସ୍ତାବ ଦେଇଥିଲେ । ତେବେ ପୂର୍ବ ଘୋଷଣା ମୁତାବକ, ୭ ମାସ ମାଗଣା ରାସନ୍ ଦିଆଯାଇଥିବା ବେଳେ ଆହୁରି ୮ ମାସ ଏହାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

Advertisment
Naveen Patnaik PDS Odisha
Advertisment
Advertisment