Advertisment

ଗାଁ ଗହଳିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ସରକାରଙ୍କ ନୂଆ ପଦକ୍ଷେପ

ରାଜ୍ୟରେ କେତେ ପୁରୁଣା ଗାଡ଼ି ଅଛି, ସେ ସବୁଥିରେ ନୂଆ ନମ୍ବର ଲାଗିବାକୁ ହେଲେ କେତେଦିନ ଆବଶ୍ୟକ ହେବ, ତାହାର ଆକଳନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
High Security Number Plate

High Security Number Plate

ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନେଇ ପରିବହନ କମିଶନରଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ । ଗାଁ ଗହଳିରେ ଓ ଉପାନ୍ତ ଅଞ୍ଚଳରେ ଗାଡ଼ିଗୁଡ଼ିକୁ ଯେପରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯାଇପାରିବ, ସେନେଇ ପଦକ୍ଷେପ ନେବାକୁ କହିଛନ୍ତି । ଗତ ୬ ତାରିଖରେ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ ଏନେଇ ରାଜ୍ୟପରିବହନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ।

Advertisment

ରାଜ୍ୟରେ କେତେ ପୁରୁଣା ଗାଡ଼ି ଅଛି, ସେ ସବୁଥିରେ ନୂଆ ନମ୍ବର ଲାଗିବାକୁ ହେଲେ କେତେଦିନ ଆବଶ୍ୟକ ହେବ, ତାହାର ଆକଳନ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯେଉଁ ଗାଡ଼ିଗୁଡ଼ିକର ଉତ୍ପାଦନ ବନ୍ଦ ହୋଇଯାଇଛି, ହେଲେ ପୁରୁଣା ଗାଡ଼ି ଅଛି, ସେସବୁ ଗାଡ଼ିରେ ନୂଆ ନମ୍ବର ପ୍ଲେଟ କିପରି ଲାଗିବ, ସେନେଇ ମଧ୍ୟ ପଦକ୍ଷେପ ନେବାକୁ ସରକାର କହିଛନ୍ତି ।

ମୁଖ୍ୟ କଥା ହେଲା, ରାଜ୍ୟରେ ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା କେତେ ଗାଡ଼ି ଅଛି ଓ ସେଗୁଡ଼ିକରେ ନମ୍ବର ପ୍ଲେଟ ଲଗାଇବାକୁ କେତେଦିନ ଆବଶ୍ୟକ, ତାହା ସ୍ଥିର କରିବାକୁ ସରକାର କହିଛନ୍ତି ।

Advertisment
High Security Number Plate
Advertisment
Advertisment