• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆସନ୍ତା ୨୭ର ସାନି ତାଲିକା

  • ଜାନୁଆରୀ ୭ରେ ସଂରକ୍ଷଣ ନେଇ ଚୂଡ଼ାନ୍ତ ତାଲିକା ଦେବେ ସରକାର ...

ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ଖବର । ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ଏନେଇ ଉଚ୍ଚ ନ୍ୟାୟାଳୟକୁ ଆଜି ଜଣାଇଛନ୍ତି ସରକାର । ବିଜ୍ଞପ୍ତି ପ୍ରତ୍ୟାହାର ସହ ସାନି ତାଲିକା ନେଇ ସରକାର କୋର୍ଟକୁ ଜଣାଇଛନ୍ତି । ସଂରକ୍ଷଣ ନେଇ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ

ଜାନୁଆରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ବୋଲି ସରକାର କୋର୍ଟଙ୍କୁ ଜଣାଇଛନ୍ତି ।ସେହିଭଳି ଜାନୁଆରୀ ୫ ସୁଦ୍ଧା ଅଭିଯୋଗର ସମାଧାନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଜାନୁଆରୀ ୭ରେ ସଂରକ୍ଷଣ ନେଇ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ ସରକାର । ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ କମିଶନ ନଭେମ୍ବର ୧୬ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ସିଟ୍ ସଂରକ୍ଷଣ ତାଲିକା ଜାରି କରିଥିଲେ । ବିଜ୍ଞପ୍ତି ଅନୁସାରେ ଆଗାମୀ ପଂଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ମାତ୍ର ୧୦୪ଟି ଆସନ ସଂରକ୍ଷିତ ରହିଛି । ଏଥିରେ ୧୪ଟି ଜିଲ୍ଲାର ଜିଲ୍ଲା ପରିଷଦରେ ଗୋଟିଏ ବି ଆସନ ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇନାହିଁ ।

ଯେଉଁ ୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣର ସୁବିଧା ନାହିଁ ସେଗୁଡ଼ିକ ହେଲା-ଦେବଗଡ଼, ଗଜପତି, ସୁନ୍ଦରଗଡ଼, ସମ୍ବଲପୁର, ରାୟଗଡ଼, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଓ ଝାରସୁଗୁଡ଼ା । ଏହି ଜିଲ୍ଲାର ଜିଲ୍ଲା ପରିଷଦର କୌଣସି ଗୋଟିଏ ବି ସିଟ୍ ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ନଥିବାବେଳେ ବୌଦ୍ଧ ଜିଲ୍ଲାରେ ମାତ୍ର ଗୋଟିଏ ଆସନ ପଛୁଆ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଛି ।