• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି ପାଇଛି । ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ମଧ୍ୟ ଷ୍ଟାଇପେଣ୍ଡ ବଢ଼ାଇଲେ ରାଜ୍ୟ ସରକାର । ଆଲାଏଡ୍‌ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ମଧ୍ୟ ବଢ଼ିଲା । ଡି ଫାର୍ମା ଛାତ୍ରଛାତ୍ରୀଙ୍କ ମାସକୁ ଷ୍ଟାଇପେଣ୍ଡ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସୂଚନାନୁଯାୟୀ ଏଏନ୍‌ଏମ୍‌ ଛାତ୍ରଛାତ୍ରୀଙ୍କ ୨୦୦୦, BSC ନର୍ସିଂ (ଇଣ୍ଟର୍ନସିପ୍‌)- ୫ ହଜାର ଟଙ୍କା ଏବଂ ଏମ୍‌ଫିଲ୍‌ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୧୦ ହଜାରକୁ ବୃଦ୍ଧି କରାଯାଇଛି ।

ଉପରୋକ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଡି.ଫାର୍ମା ପାଇଁ ମାସିକ ୨୫୦/- ଟଙ୍କା, ଏଏନଏମ ପାଇଁ ୧୦୦୦/- ଟଙ୍କା, ବିଏସସି(ଏନ) ଇଣ୍ଟର୍ନସିପ୍ ପାଇଁ ୨୫୦୦/- ଟଙ୍କା, କ୍ଲିନିକାଲ ସାଇକୋଲୋଜିରେ ଏମ ଫିଲ୍ ପାଇଁ ୭୦୦୦/- ଟଙ୍କା ଏବଂ ମାନସିକ ସାମାଜିକ କାର୍ୟ୍ୟରେ ଏମଫିଲ୍ ପାଇଁ ୭୦୦୦/- ଟଙ୍କା ହିସାବରେ ଷ୍ଟାଇପେଣ୍ଡ ରାଶି ପ୍ରଦାନ କରାଯାଉଥିଲା ।

ଷ୍ଟାଇପେଣ୍ଡ ବଢ଼ିଥିବାରୁ ଛାତ୍ରଛାତ୍ରୀମାନେ ଉତ୍ସାହିତ ହେବେ ଓ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଗସ୍ତରେ ଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ଷ୍ଟାଇପେଣ୍ଡ ବଢ଼ାଇବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସରକାରୀ ଡାକ୍ତରଖାନାଗୁଡ଼ିକରେ ଅନେକ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ଚଲାଇଛନ୍ତି, ଯେମିତି କି ବିଏସ୍‌ସି ନର୍ସିଂ, ଏଏନ୍‌ଏମ୍‌ (Auxiliary Nursing & Midwifery) କୋର୍ସ, ଫାର୍ମାସୀରେ ଡିପ୍ଲୋମା, କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍ ସୋସିଆଲ ୱାର୍କରେ ଏମ୍‌ଫିଲ୍‌ । ଏହି ପାଠ୍ୟକ୍ରମ ପଢ଼ିବା ସମୟରେ ଛାତ୍ରଛାତ୍ରୀଙ୍କୁ ସରକାର ଷ୍ଟାଇପେଣ୍ଡ ପ୍ରଦାନ କରୁଛନ୍ତି । ଆଉ ଏହି ପାଠପଢ଼ା ସମୟରେ ଏହି ଛାତ୍ରଛାତ୍ରୀମାନେ ଡାକ୍ତରଖାନାଗୁଡ଼ିକରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେବା କାର୍ଯ୍ୟରେ ମଧ୍ୟ ନିୟୋଜିତ ହୁଅନ୍ତି ।