• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଡ଼ିଆ ପ୍ରେମରେ ଓଡ଼ିଶା ରାଜ୍ୟପାଳ । ଓଡ଼ିଆରେ ଗୀତ ଗାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବେ ପୁଣି ଏକ ଓଡ଼ିଆ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଛନ୍ତି । ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ କଟକର ଏକ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ କରାଯାଇଛି ।

ଏଇ ମାଟି ମାଆର ଗାଥା ହେଉ ଅବା କଥା, ଯେବେ ଯେବେ ସମୟ ମିଳିଛି ନିଜର ଯାଦୁଗରୀ ସ୍ୱାରରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ପ୍ରଥମେ ଏଇ ମାଟି ଓଡ଼ିଶା ସଂଗୀତରେ କଣ୍ଠଦାନ ଆଉ ଏବେ ଓଡିଆଙ୍କ ଆନ୍, ବାନ୍ ଓ ଶାନ - ବନ୍ଦେ ଉତ୍କଳ ଜନନୀ ଗୀତରେ କଣ୍ଠଦାନ କରିଛନ୍ତି ରାଜ୍ୟପାଳ ।

ଦ୍ୱିତୀୟଥର ରେକର୍ଡିଂ ଷ୍ଟୁଡିଓକୁ ଯାଇ ଓଡିଶା ଏବଂ ଓଡ଼ିଆଙ୍କ ପାଇଁ ରାଜ୍ୟପାଳ ଗୀତ ଗାଇଛନ୍ତି । ଏମିତିକି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଇ ରାଜ୍ୟର ମାଟି, ପାଣି ଓ ପବନର ପ୍ରେମରେ ପଡ଼ିଛନ୍ତି । ଓଡ଼ିଶାର ଭାଷା ସାହିତ୍ୟ ଓ ସଂସ୍କୃତିକୁ ଭଲପାଉଥିବାର ସେ ଜଣେ ବିରଳ ଉଦାହରଣ ଓ ବ୍ୟକ୍ତିତ୍ୱ ।

ସୂଚନା ଅନୁସାରେ, ରାଜ୍ୟପାଳ ଏହି ଗୀତ ଗାଇବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଗୀତର ଟ୍ରାକକୁ ନେଇ ରାଜଭବନ ଯାଇଥିଲେ । ଟ୍ରାକ ଶୁଣି ଗୀତ ଗାଇବା ପାଇଁ ରାଜି ହେବାପରେ ଏହି ଗୀତ ରେକର୍ଡିଂ କରାଯାଇଛି । କେବଳ ଗୀତ ରେକର୍ଡିଂ ନୁହେଁ ଗୀତର ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିବା ପାଇଁ ରାଜ୍ୟପାଳ ସହମତି ଦେଇଛନ୍ତି । ଏହି ଗୀତରେ ରାଜ୍ୟପାଳଙ୍କ ସହ ହ୍ୟୁମାନ ସାଗର ଓ ଦିପ୍ତୀରେଖା ମଧ୍ୟ କଣ୍ଠଦାନ ଦେଇଛନ୍ତି । ଏହି ଗୀତଟିର ସମୟ ଅବଧି ୩ ମିନିଟ ୪୦ ସେକେଣ୍ଡ ହୋଇଥିବାବେଳେ ଏହା ଖୁବ୍ ଶିଘ୍ର ରିଲିଜ ହେବାକୁ ଯାଉଛି ।