Advertisment

'ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ'

ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ।

ଅଦ୍ୟତନ ହୋଇଛି
undefined

Jagannath Temple

Advertisment

ମହାପ୍ରଭୁଙ୍କ ଦରିଆପାରି ଭକ୍ତଙ୍କୁ ମିଳୁ ଚକାନୟନ ସହ ଆଖି ମିଳାଇବାର ସୁଯୋଗ। କେହିି ବିଦେଶୀ ଯଦି ଶଙ୍କରାଚାର୍ଯ୍ୟ, ସେବାୟତ ଓ ଗଜପତିଙ୍କୁ ଭେଟି ପାରୁଛନ୍ତି, ତେବେ ସେମାନଙ୍କୁ ଚକାନୟନ ସହ ଆଖି ମିଳାଇବାକୁ ଦିଆଯାଉ ଅନୁମତି। ଶହ ଶହ ବର୍ଷ ଧରି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଆଦୌ ପ୍ରଚଳିତ ନଥିଲେ ବି ଏଭଳି ଏକ ପ୍ରଥା ସମ୍ପର୍କରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା, ବିତର୍କ।

Advertisment

ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖୁଥିବା ବେଳେ, ସମଗ୍ର ସେବାୟତ ମଣ୍ଡଳୀ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ଏଭଳି ପ୍ରସ୍ତାବ ରଖିଛନ୍ତି। ରାଜ୍ୟପାଳ କହିଛନ୍ତି, ତାଙ୍କର ଏ ବ୍ୟକ୍ତିଗତ ମତକୁ କେହି ପସନ୍ଦ ବା ନାପସନ୍ଦ କରିପାରନ୍ତି, କିନ୍ତୁ ଏ ଛୋଟ ମୋଟ ପ୍ରସଙ୍ଗ ଉପରେ ସରକାର କିଛି କରିବା ଦରକାର।

ଏପଟେ ରାଜ୍ୟପାଳଙ୍କ ଏ ନିବେଦନକୁ ସମ୍ମାନ ଦେବା ସହ ସକରାତ୍ମକ ଢଙ୍ଗରେ ନେଇଥିଲେ ବି ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ। ସେମାନଙ୍କ ମତରେ ଶ୍ରୀମନ୍ଦିରରେ ପ୍ରଚଳିତ ପୁରୁଣା ପରମ୍ପରା, ବିଧି ଓ ଅନୁଶାସନକୁ ବାଦ୍ ଦେବା ସମ୍ଭବ ନୁହେଁ। ବିଦେଶୀ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଲାଳସା ପୂରଣ ପାଇଁ ନବଦିନାତ୍ମକ ଘୋଷଯାତ୍ରା ରହିଛି। ସେହିଭଳି ରଥଯାତ୍ରା ସମସରେ ବିଦେଶୀ ଭକ୍ତଙ୍କ ଦର୍ଶନ ଲାଗି ପାଇଁ ରାଜ୍ୟ ସରକାର ଆଉ କିଛି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରନ୍ତୁ, କିନ୍ତୁ ପ୍ରଚଳିତ ପରମ୍ପରାରେ ପରିବର୍ତ୍ତନ ଆଣିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ବରିଷ୍ଠ ସଦସ୍ୟ।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବିପଦ ମୂଷା-ଅସରପା

ତେବେ ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ ଦେଇଥିବା ପ୍ରସ୍ତାବକୁ ଶ୍ରୀମମନ୍ଦିର ସେବାୟତଙ୍କ ସମେତ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ନିଷ୍ପତ୍ତି ଉପରେ ଛାଡ଼ିଥିବା ବେଳେ ଏ ପ୍ରସଙ୍ଗରେ ଉଭୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ପ୍ରତିକ୍ରିୟା ମିଳିପାରିନି।

(ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)

Jagannath Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ