Advertisment

ଆଚରଣ ଶିଖିବେ ସରକାରୀ ବାବୁ, ଚାକିରି ଆରମ୍ଭରୁ ନେବେ ତାଲିମ

ଆଚରଣ ଶିଖିବେ ସରକାରୀ ବାବୁ। ସାଂସଦ ଓ ବିଧାୟକଙ୍କୁ କିଭଳି ସମ୍ମାନ ଦେଖାଇବେ, ଚାକିରି ଆରମ୍ଭରେ ଦିଆଯିବ ତାଲିମ। ଏଥିପାଇଁ ପ୍ରଶାସନିକ ସେବା ତାଲିମ ଏଜେଣ୍ଡାରେ ସାମିଲ ହେବ ବୁକ୍ ସର୍କୁଲାର-୪୭।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Government Officials To Study 'Behaviour Management

Odisha Government Officials To Study 'Behaviour Management

ଆଚରଣ ଶିଖିବେ ସରକାରୀ ବାବୁ। ସାଂସଦ ଓ ବିଧାୟକଙ୍କୁ କିଭଳି ସମ୍ମାନ ଦେଖାଇବେ, ଚାକିରି ଆରମ୍ଭରେ ଦିଆଯିବ ତାଲିମ। ଏଥିପାଇଁ ପ୍ରଶାସନିକ ସେବା ତାଲିମ ଏଜେଣ୍ଡାରେ ସାମିଲ ହେବ ବୁକ୍ ସର୍କୁଲାର-୪୭। ଗଣତନ୍ତ୍ରରେ ଜନପ୍ରତିନିଧିଙ୍କୁ  ଅଫିସର କିଭଳି ବ୍ୟବହାର ଦେଖାଇବା ଉଚିତ୍ ତାହା ଏଥିରେ ଉଲ୍ଲେଖ ରହିଛି।  

Advertisment

ସରକାରୀ ବାବୁମାନେ ସାଂସଦ ଓ ବିଧାୟକଙ୍କୁ ଉଚିତ୍ ସମ୍ମାନ ଦେଉନଥିବା ଅନେକ ସମୟରେ ଅଭିଯୋଗ ଆସିଛି। ଯାହାକୁ ନେଇ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ବି ପଡ଼ିଛି। ଜନ ସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ଅଫିସରଙ୍କ ରୁକ୍ଷ ବ୍ୟବହାର ଅଭିଯୋଗକୁ ନେଇ ବିଧାନସଭାର ନୈତିକତା ଗୃହ କମିଟି ଅସନ୍ତୋଷ ପ୍ରକାଶ କରିଥିଲା। ଏହାସହ ବୁକ୍ ସର୍କୁଲାର-୪୭ର କଡ଼ା ଅନୁପାଳନ ଉପରେ ଜୋର ଦେଇଥିଲା। ଏହାପରେ OAS, ORS, OTAS ଓ ଅନ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏଜେଣ୍ଡାରେ ବୁକ୍ ସର୍କୁଲାର-୪୭ ସାମିଲ କରିବା ଲାଗି ବିଭାଗୀୟ ସଚିବମାନଙ୍କୁ ସଂସଦୀୟ ବ୍ୟାପାର ବିଭାଗ ଚିଠି ଲେଖିଛି। 

ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିବ ତାହା ବୁକ୍ ସର୍କୁଲାର-୪୭ ନିୟମାବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ବୁକ୍ ସର୍କୁଲାର କହୁଛି, ସବୁ ଅଧିକାରୀ ଡ୍ୟୁଟି ସମୟରେ MP ଓ MLAମାନଙ୍କ ସହ କଥାବାର୍ତ୍ତା ବେଳେ ସୌହାର୍ଦ୍ୟପୂର୍ଣ୍ଣ ବ୍ୟବହାର ଦେଖାଇବେ। ଯେତେବେଳେ ଜନ ପ୍ରତିନିଧି ଅଫିସରଙ୍କୁ ସାକ୍ଷାତ କରିବାକୁ ଅଫିସ ଆସୁଛନ୍ତି, ସେତେବେଳେ ସମ୍ପୃକ୍ତ ଅଫିସର ତାଙ୍କୁ ସମ୍ମାନ ଜଣାଇ ଠିଆ ହେବେ। ସାଂସଦ ଏବଂ ବିଧାୟକ ଜିଲ୍ଲା ଓ ସଦରମହକୁମା ମୁଖ୍ୟାଳୟରେ ଥିବା ସମୟରେ ଅଫିସରମାନେ ପ୍ରତିଦିନ ସେମାନଙ୍କୁ କିଛି ସମୟ ଦେବେ। ସେହିଭଳି ଜନ ପ୍ରତିନିଧିଙ୍କ ଫୋନ ଆସିଲେ ଅଫିସର ତତ୍କାଳ ଜବାବ ଦେବେ। ଯଦି ଅଫିସରେ ଉପସ୍ଥିତ ନ ଥିବେ, ପରବର୍ତ୍ତୀ ସମୟରେ କଲ୍ କରିବେ, ଯାହାକି ରେଜିଷ୍ଟର୍‌ରେ ଲିପିବଦ୍ଧ ରହିବ।  

Advertisment
Odisha Government Behaviour Management Odisha Government Officials
Advertisment
Advertisment