/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705240993.jpg)
Govt Holiday
ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ।
Advertisment
ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ। ଯଜ୍ଞ କୁଣ୍ଡ ଚତୁପାର୍ଶ୍ୱରେ ମଣ୍ଡଳାଚାର୍ଯ୍ୟଙ୍କ ଦ୍ୱାରା ମଣ୍ଡଳ ସ୍ଥାପନ କରାଯାଇଛି। ରାତି ପାହିଲେ ଆରମ୍ଭ ହୋଇଯିବ ମହାଯଜ୍ଞ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଜାତକର ଶୁଭ ମୁହୂର୍ତ୍ତ ଅନୁସାରେ ସକାଳ ସାଢେ ୭ଟାରୁ ଚାଲିବ ସୂର୍ଯ୍ୟ ପୂଜା, ବ୍ରାହ୍ମଣ ବରଣ ଓ ବେଦ ପାରାୟଣ। ଚତୁର୍ବେଦ ପାଠରେ କମ୍ପିବ ଶ୍ରୀମନ୍ଦିର ଚାରି ଦ୍ୱାର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)