Advertisment

ମାଡ଼ି ଗଲାଣି ଗଛ, ଭାଙ୍ଗି ଯାଇଛି ଘର...ଭୂତ କୋଠି ପାଲଟିଛି ଓଡ଼ିଶାର ପ୍ରଥମ କୃଷକ ବଜାର

ପରିଚୟ ଖୋଜୁଛି ରାଜ୍ୟର ପ୍ରଥମ କୃଷକ ବଜାର। କେତେ ଆଶା ନେଇ ତିଆରି ହୋଇଥିବା ଏହି ବଜାର ଏବେ ଭୂତ କୋଠି ପାଲଟି ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha first farmers market in Angul turns into ghost building

Odisha first farmers market in Angul turns into ghost building

ମାଡ଼ି ଗଲାଣି ଗଛ, ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି କୋଠା। ଭାଙ୍ଗି ଯାଇଛି ଘର, ଆଉ ଭୂତ କୋଠି ପାଲଟି ଯାଇଛି। ପରିଚୟ ଖୋଜୁଛି ରାଜ୍ୟର ପ୍ରଥମ କୃଷକ ବଜାର। କେତେ ଆଶା ନେଇ ତିଆରି ହୋଇଥିବା ଏହି ବଜାର ଏବେ ଭୂତ କୋଠି ପାଲଟି ଯାଇଛି। ଏଠି ବ୍ୟବସାୟ କରୁଥିବା ଚାଷୀ ରାସ୍ତାକଡ଼ରେ ବିପଦ ସଙ୍କୁଳ ଭାବେ ପରିବା ବିକୁଛନ୍ତି। 

Advertisment

୨୦୦୦ ମସିହାରେ ୩ ଏକରରୁ ଅଧିକ ଜାଗାରେ ଅନୁଗୁଳ ନାଲକୋ ନଗରରେ ଥିବା ରାଜ୍ୟର ପ୍ରଥମ କୃଷକ ବଜାର ତିଆରି ହୋଇଥିଲା। ଆଶା ଥିଲା ଚାଷ ଓ ଚାଷୀଙ୍କୁ ଏକ ନୂଆ ଦିଶା ମିଳିବ ଓ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ନୂଆ ସୁଯୋଗ ପାଇବେ। ହେଲେ ଏଠି ନୂଆ ସୁଯୋଗ ସୃଷ୍ଟି ହେବା ବଦଳରେ ଅବସ୍ଥା କିନ୍ତୁ ଓଲଟା ହେଲା। ପଞ୍ଚାୟତର ଚାଷୀ ସିଧାସଳଖ ଏଠି ନିଜର ସାମଗ୍ରୀ ବିକ୍ରି କରୁଥିଲେ। ହେଲେ ଏବେ ପିଣ୍ଡି ଗୁଡ଼ିକ ଭାଙ୍ଗି ଯାଇଛି ତ ଆଉ କେଉଁଠି ଟିଣ ଛପର ଗୁଡ଼ିକ ଉଡ଼ି ଯାଇଛି। ଏପରିକି କଳଙ୍କି ଲାଗି ନଷ୍ଟ ହେବାରେ ଲାଗିଛି। 

ଲୋକଙ୍କୁ ଗୋଟିଏ ଜାଗାରେ ସବୁ ପ୍ରକାର ପରିବା, ସବୁ ସୁବିଧା ଯୋଗାଇବାକୁ କୃଷକ ବଜାରର ପରିକଳ୍ପନା ହୋଇଥିଲା। ୧୫ରୁ ଅଧିକ ଗାଁର ଚାଷୀ ଓ ବ୍ୟବସାୟୀ ଏଇ ବଜାରରେ ନିଜ ସାମଗ୍ରୀ ବିକ୍ରି କରୁଥିଲେ। ମାତ୍ର ପରିଚାଳନାଗତ ତ୍ରୁଟି ଯୋଗୁ ଧୀରେ ଧୀରେ ଚାଷୀ ଏଠାକୁ ଆଉ ଆସିଲେନି। ଦୋକାନ ଘର, ପିଣ୍ଡି ଭାଙ୍ଗି ଯିବା ସହ କିଛି ଜିନିଷ ପ୍ରତି ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ପାଣି, ଶୌଚାଳୟ ଭଳି ଆନୁସଙ୍ଗିକ ସୁବିଧା ନମିଳିବାରୁ ଏସବୁ ମୁହଁ ମୋଡ଼ିଲେ ଚାଷୀ।

Advertisment

କରୋନା ସମୟରେ ଦୋକାନୀଙ୍କୁ ଏଠୁ ସ୍ଥାନାନ୍ତର କରି ରାସ୍ତାପାର୍ଶ୍ୱକୁ ଅଣାଯାଇଥିଲା। ଫଳରେ ସେବେଠୁ ଏବେ ଯାଏ ଏମିତି ରାସ୍ତାକଡ଼ରେ ବିପଦସଙ୍କୁଳ ଅବସ୍ଥାରେ ବ୍ୟବସାୟ କରୁଛନ୍ତି ଚାଷୀା 

Advertisment
Advertisment