• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜଙ୍ଗଲ ପରି ପରିବେଶ । ଆଉ ତାହାରି ଭିତରେ ଫଳିଛି ପେନ୍ଥା ପେନ୍ଥା ଆମ୍ବ । ଆମ୍ବର ଦାମ୍‌ ଏତେ ଅଧିକ ଯେ ଶୁଣିଲେ ହୋସ୍‌ ଉଡିଯିବ । କାରଣ ଶହେ କି ହଜାର ନୁହେଁ ବରଂ ଆମ୍ବ କିଲୋର ଦାମ୍‌ ରହିଛି ୨ ଲକ୍ଷ ଟଙ୍କା । ଯାହାକୁ ନେଇ ଏବେ କେବଳ ଗଜପତିରେ ନୁହେଁ ବରଂ ପୂରା ରାଜ୍ୟରେ ବଢିଲାଣି ଚର୍ଚ୍ଚା । ବିଶ୍ଵର ସବୁଠୁ ଦାମୀକିଆ ଆମ୍ବ ଚାଷ କରି ଏବେ ଚର୍ଚ୍ଚାରେ ରମେଶ ମଲ୍ଲିକ । ଦୁର୍ଗମ ଅଞ୍ଚଳରେ ଜାପାନରେ ଫଳୁଥିବା ମୁଆଜ୍ୟାକି କିସମର ଆମ୍ବ ଚାଷ କରି ଏବେ ବେଶ ଲାଭବାନ ହେବାର ସ୍ବପ୍ନ ଦେଖିଛନ୍ତି ସେ ।

ଗଜପତି ମୋହନା ବ୍ଲକ୍ ବେଲାପଡ଼ା ଗାଁର ରମେଶ ମଲ୍ଲିକ । ସକାଳ ହେଲେ ହାତରେ ଦାଆ ଓ କୋଦାଳ ଧରି ବଗିଚାକୁ କାମ କରିବାକୁ ବାହାରି ଯାଆନ୍ତି । ଆଉ ନିଜ ବାଡିରେ ଗତ ବର୍ଷ ଥାଇଲ୍ୟାଣ୍ଡ ଆପେଲବେରୀ ଚାଷ କରି ଭଲ ରୋଜଗାର କରିଥିବା ବେଳେ ଏବେ ନିଜ ବାଡ଼ିରେ ବିଶ୍ଵର ସବୁଠୁ ଦାମୀକିଆ ଆମ୍ବ ଚାଷ ଆରମ୍ଭ କରିଛନ୍ତି । ୟୁଟ୍ୟୁବରୁ ରମେଶ ଜାଣିବାକୁ ପାଇଲେ ଯେ ଜାପାନର ମିଆଜ୍ୟାକି ଆମ୍ବ ବିଶ୍ଵର ସବୁଠାରୁ ଦାମିକା ଆମ୍ବ । ଯେଉଁ ଆମ୍ବ କିଲୋର ଦାମ୍‌ ୨ ଲକ୍ଷ ଟଙ୍କାରୁ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ତେଣୁ ଆମ୍ବ ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେ ରମେଶ ।

ଆମ୍ବ ଚାଷ କରିବାକୁ କଲିକତାର ଏକ ନର୍ସରୀ ସହ ଯୋଗଯୋଗ କରି ରମେଶ ଗତ ବର୍ଷ ୫୦ ଗୋଟି ମିଆଜ୍ୟାକି ଆମ୍ବ ଚାରା ଆଣି ନିଜ ବାଡିରେ ଲଗାଇଥିଲେ । ଆଉ ଏବେ ସେହି ଗଛରେ ଆମ୍ବ ଫଳିଛି । ତେଣୁ ଆଗାମୀ ଦିନରେ ଏହି ପ୍ରଜାତିର ଆମ୍ବ ଫଳାଇ ଭଲ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି ରମେଶ । ତେବେ ଏତେ ଦାମୀକିଆ ଆମ୍ବ ଚାଷ କରିବା ପାଇଁ କିନ୍ତୁ ରମେଶଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନଥିବା କାରଣରୁ ଯେତିକି ଚାଷ କରିବାର କଥା ସେ କରିପାରୁନାହାନ୍ତି ବୋଲି କହୁଛନ୍ତି ରମେଶ । ଏହାସହ ସେ କହିଛନ୍ତି ଆଗାମୀ ଦିନରେ ଯଦି ସରକାରୀ ପ୍ରୋତ୍ସାହନ ମିଳେ ତେବେ ଏଇ ଆମ୍ବ ଚାଷ କରି ସେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ସେପଟେ ରମେଶ ମିଆଜ୍ୟାକି ଆମ୍ବ ଚାଷ କରିବା ଖବର ପାଇବା ପରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ଆର.ଉଦୟଗିରି ବିଡ଼ିଓ ରମେଶଙ୍କ ବଗିଚା ବୁଲି ଦେଖିଥିଲେ ଏବଂ ଆଗକୁ କିଭଳି ଏହି ଚାଷର ବିକାଶ କରାଯିବ ଓ ଏହାର ଆବଶ୍ୟକୀୟ ତାଲିମ ସହ ଆମ୍ବର ବିକ୍ରି ବ୍ୟବସ୍ଥା କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଜ୍ଞାନିକ କହିଛନ୍ତି ।

 

  • Reported by:
  • Mihir Jati