• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମ୍ବ କେଜିକୁ ଅଢେଇ ଲକ୍ଷ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ନିଲାଥର ଗାଁର ଚାଷୀ ଚନ୍ଦ୍ର ସତ୍ୟନାରାୟଣ ନିଜ ବାଡ଼ିରେ ଫଳାଇଛନ୍ତି ଏହି ଅଢେଇ ଲକ୍ଷ ଟଙ୍କିଆ ଆମ୍ବ ଜାପାନିଜ୍ ବ୍ରିଡ୍ ମ୍ୟାଜାକି । ମ୍ୟାଜାକି ସହ ଆଇସ ବକ୍ସ ପ୍ରଜାତିର ଆମ୍ବ ଚାଷ ବି କରିଛନ୍ତି ।

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନିଲାଥର ଗ୍ରାମର ଚନ୍ଦ୍ର ସତ୍ୟନାରୟଣ । ସେ ଜାପାନିଜ ମ୍ୟାଜାକି କିସମର ଆମ୍ଭ ଚାଷ କରି ବର୍ତ୍ତମାନ ଅଂଚଳରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଜାପାନିଜ ମ୍ୟାଜାକି ପ୍ରଜାତିର ଆମ୍ବର ମାର୍କେଟ ମୂଲ୍ୟ କେଜି ପ୍ରତି ପ୍ରାୟ ୨.୫ ରୁ ୩ ଲକ୍ଷ ଟଙ୍କା । ବହୁ ଔଷଧୀୟ ଗୁଣ ସହ ଭିଟାମିନ ଏବଂ ବିଟାକାରୋଟିନ, ଫଲିକ ଏସିଡ ଓ ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଥିବାରୁ ଏହି ଆମ୍ବର ମୂଲ୍ୟ ଅଧିକ ।

ତେବେ ୩ ବର୍ଷ ତଳେ ନିଜର ଜଣେ ସାଙ୍ଗ ଠାରୁ ଏହି ଆମ୍ବ ଗଛ ବିଷୟରେ ଜାଣିବା ପରେ ବାଙ୍ଗଲାଦେଶରୁ ମଗାଇ ଫାର୍ମରେ ଲଗାଇଥିଲେ ଚନ୍ଦ୍ର ସତ୍ୟନାରାୟଣ । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ଫଳିଛି । କେବଳ ମ୍ୟାଜାକି ନୁହଁ ଆଇସ ବକ୍ସ କିସମର ଆମ୍ବ ମଧ୍ୟ ଚାଷ କରିଛନ୍ତି ଚନ୍ଦ୍ର ସତ୍ୟନାରାୟଣ । ୩ ବର୍ଷ ଯାଏଁ ଏହି ଆମ୍ବ ସଂଗୃହିତ କରାଯାଇ ରଖିହେବ ।

ଅନ୍ୟପଟେ ଫାର୍ମରେ ବିଦେଶୀ ଆମ୍ବ ଫଳାଇ ଏବେ ଚିନ୍ତାରେ ସତ୍ୟନାରୟଣ । କାରଣ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଆମ୍ବକୁ ବଜାରରେ କେମିତି ବିକ୍ରି କରିବେ ଏବଂ ଉଚିତ ମୂଲ୍ୟ ପାଇବେ, ତାହା ବର୍ତ୍ତମାନ ତାଙ୍କ ପାଇଁ ସବୁଠୁ ବଡ ପ୍ରଶ୍ନ ।