Advertisment

‘ପ୍ରତିଶ୍ରୁତି ନୁହେଁ, ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା ନକରିବା ଯାଏ ଆନ୍ଦୋଳନ ଜାରି ରହିବ’

ପ୍ରତିଶ୍ରୁତି ନୁହେଁ ଆନ୍ଦୋଳନରତ ଡ୍ରାଇଭର ଘୋଷଣା ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିବାକୁ ଆନ୍ଦୋଳନରତ ଡ୍ରାଇଭର କହିଛନ୍ତି। ଆଉ ପ୍ରତିଶ୍ରୁତି ନୁହେଁ, ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଦାବି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Driver Mahasangha Protest

Odisha Driver Mahasangha continue to stage protest

ରାଜ୍ୟରେ ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ। ଡ୍ରାଇଭର ମହାସଂଘ ସଭାପତି ଏହି ସୂଚନା ଦେଇଛନ୍ତି । ଏନେଇ ଭିଡିଓ ରିଲିଜ୍ ଜରିଆରେ ସେ ସ୍ପଷ୍ଟ କରିଛନ୍ତି। ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ। ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ। ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖିବୁ ବୋଲି ଡ୍ରାଇଭର ସଂଘ ସଭାପତି କହିଛନ୍ତି। 

Advertisment

ସେହିପରି ପ୍ରତିଶ୍ରୁତି ନୁହେଁ ଆନ୍ଦୋଳନରତ ଡ୍ରାଇଭର ଘୋଷଣା ଚାହିଁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିବାକୁ ଆନ୍ଦୋଳନରତ ଡ୍ରାଇଭର କହିଛନ୍ତି। ଆଉ ପ୍ରତିଶ୍ରୁତି ନୁହେଁ, ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଦାବି ହୋଇଛି।

ଡ୍ରାଇଭର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଡ୍ରାଇଭରଙ୍କଠୁ ସହଯୋଗ ଲୋଡ଼ୁଛି। ୩ ମାସ ସମୟ ମଗାଯାଇଛି, ଆଶା କରୁଛୁ ସହଯୋଗ କରିବେ।ସେପଟେ ଆନ୍ଦୋଳନରୁ ଓହରିବାକୁ ମୁଖ୍ୟ ସଚିବ ଡ୍ରାଇଭରଙ୍କୁ ନିବେଦନ କରିଛନ୍ତି। କାଲିର ଆଲୋଚନା ପରେ ବି ଆନ୍ଦୋଳନ କରୁଥିବାରୁ ମୁଖ୍ୟ ସଚିବ ନିବେଦନ କରିଛନ୍ତି। ଯେଉଁମାନେ ଆନ୍ଦୋଳନରେ ଅଛନ୍ତି, ସେମାନଙ୍କୁ ନିବେଦନ କରାଯାଇଛି। 

Advertisment

ଅନ୍ୟପକ୍ଷେ, ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱରରେ ତୈଳ ଯୋଗାଣ ସ୍ୱାଭାବିକ ହେବ। ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଂଜୟ ଲାଠ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଜଟଣୀ, ପାରାଦୀପ, ବାଲେଶ୍ୱର ଡିପୋରୁ ତେଲ ଯୋଗାଣ ହୋଇଛି। ତେବେ ଦୈନିକ ୫ଶହ ଗାଡ଼ି ତେଲ ଦରକାର, ୧୫୦ ଗାଡ଼ି ଆସୁଛି। ଭୁବନେଶ୍ୱରକୁ ଅଧିକ ତେଲ ପଠାଯାଇଛି, ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହେବ। ସାରା ରାଜ୍ୟରେ ସ୍ୱାଭାବିକ ହେବାକୁ ୨/୩ ଦିନ ସମୟ ଲାଗିବ। ଭୟଭୀତ ହୋଇ ଅଧିକ ତେଲ ନକିଣିବାକୁ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ନିବେଦନ କରିଛନ୍ତି।

Protests Driver Protest
Advertisment
Advertisment