Advertisment

ଓଭରଲୋଡିଂ କରି ଗାଡ଼ିରେ ଯାତାୟତ କରୁଛନ୍ତି କି ? ସାବଧାନ ! ନହେଲେ ଗଣିବେ ୨୦ ହଜାର ଟଙ୍କା ଫାଇନ୍‌

୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁର ୧୪% ଓଭରଲୋଡିଂ ଦୁର୍ଘଟଣା ଜନିତ ବୋଲି ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଏବେ ଓଭରଲୋଡିଂକୁ ପରିବହନ ବିଭାଗ ଗୁରୁତ୍ୱର ସହ ନେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Traffic Rules

Odisha Commerce & Transport Dept to crack down on overloading

ସରକାରୀ ‌ଆଇନ୍‌କୁ ଆଖି ଠାର। ନିର୍ଭୟରେ ଅବାଧ ଭାବେ ଚାଲିଛିଂ ଓଭରଲୋଡିଂ। ଅଟୋ ହେଉ କି ବସ୍‌, କି ଟ୍ରକ୍‌ ବେଧଡକ ଭାବେ ଓଭରଲୋଡିଂ କରି ଯାତାୟତ କରୁଛନ୍ତି। ଯାହାକୁ ପରୋକ୍ଷରେ ନିଜେ ସରକାର ମଧ୍ୟ ସ୍ୱୀକାର କରିଛନ୍ତି। ଆଉ ସେହି କାରଣରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। 

Advertisment

୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁର ୧୪% ଓଭରଲୋଡିଂ ଦୁର୍ଘଟଣା ଜନିତ ବୋଲି ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଏବେ ଓଭରଲୋଡିଂକୁ ପରିବହନ ବିଭାଗ ଗୁରୁତ୍ୱର ସହ ନେଇଛି। ଏଥିପାଇଁ ୭ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ଓଭରଲୋଡିଂ କରି ଯାତାୟତ କରୁଥିବା ବେଳେ ଧରାପଡ଼ିଲେ ୨୦ ହଜାର ଟଙ୍କା ଫାଇନ୍‌ ସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ।

NH ୧୬ରେ ଟ୍ରକ୍‌ କି ଡମ୍ପର ଆପଣ ଯେଉଁ ଗାଡ଼ି ଦେଖିବେ ସବୁ ଗାଡ଼ିରେ ଓଭରଲୋଡିଂ। ଅଟୋରେ ୬ ଜଣ ବସି ଯାତାୟତ କରୁଥିବା ଦେଖିବାକୁ ମିଳିଛି।ଡ୍ରାଇଭରଙ୍କ ପାଖରେ ୨ ଜଣ ବସିଥିବା ବେଳେ ୪ ଜଣ ପଛ ସିଟ୍‌ରେ ବସି ଯାତାୟତ କରୁଛନ୍ତି। ଘରୋଇ ବସ୍‌ କଥା ଛାଡନ୍ତୁ, ଖୋଦ୍ ସରକାରୀ ବସ୍‌ ମଧ୍ୟ ପୁରା ଫୁଲ୍‌ କରି ଯାତ୍ରୀଙ୍କୁ ନେଉଛି। ଯାହାକୁ ଦେଖିଲେ ସହଜରେ ଅନୁମେୟ ହୋଇପାରିବ ଯେ, ରାଜ୍ୟ ରେ କେମିତି ଗାଡ଼ି ଚାଳକମାନେ ଓଭରଲୋଡିଂ କରି ଯାତାୟତ କରୁଛନ୍ତି।

Advertisment

ତଥ୍ୟ କହୁଛି, ଗତ ୨୦୨୧ ମସିହାରେ ୧୦ ହଜାର ୯୮୩ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ, ୧ ହଜାର ୪୪୨ ଦୁର୍ଘଟଣା କେବଳ ଓଭରଲୋଡିଂ ପାଇଁ ଘଟିଛି। ଯେଉଁଥିରେ ୬୭୩ ଲୋକ ପ୍ରାଣ ହରାଇଥିବା ବେଳେ, ୮୩୪ ଜଣ ଗୁରୁତର ଏବଂ ୫୮୮ ଜଣ ଆହତ ହୋଇଛନ୍ତି।  ବିଶେଷଜ୍ଞଙ୍କ ମତରେ, ଧରା ପଡ଼ୁଥିବା ଗାଡି ଚାଳକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଯାଇ କେବଳ ଫାଇନ୍‌ ଆଦାୟ କରାଯାଇ ଛାଡ଼ି ଦିଆଯାଉଥିବାରୁ ଅବସ୍ଥା ସୁଧୁରିନି।

ଅନ୍ୟପକ୍ଷେ, ଓଭରଲୋଡିଂ ସମସ୍ୟାକୁ ପରିବହନ ବିଭାଗ ଗୁରୁତ୍ୱର ସହ ନେଇଛି।  ଏଥିପାଇଁ ୭ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବାକୁ ସବୁ ଆରଟିଓମାନଙ୍କୁ ଟ୍ରାନ୍ସପୋର୍ଟ କମିଶନର ଚିଠି ଲେଖି ଜଣାଇଥିଲେ। ଏହି ଡ୍ରାଇଭରେ ବିଶେଷ କରି ବାଲି, ଚିପ୍ସ, ପାଉଁଶ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ, ଡମ୍ଫର ଓ ଟିପ୍ପର ଗୁଡିକୁ ଯାଞ୍ଚ କରାଯାଉଛି। ଏନେଇ ସେପ୍ଟେମ୍ବର ୧୯ରୁ ଏହି ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି। ଓଭରଲୋଡିଂ କରି ଯାତାୟତ କରୁଥିବା ବେଳେ ଧରାପଡ଼ିଲେ ୨୦ ହଜାର ଟଙ୍କା ଫାଇନ୍‌ ସହ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ଟ୍ରାନ୍ସପୋର୍ଟ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହି ଡ୍ରାଇଭରେ ଖଣି ଅଞ୍ଚଳ ଜିଲ୍ଲା ଗୁଡ଼ିକୁ ଅଧିକ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, କିଛି ଦିନ ପୂର୍ବରୁ ଏକ ଡ୍ରାଇଭରେ ୮୩ଟି ଇ-ଚାଲାଣ ସହ ୨୫ଟି ଗାଡ଼ି ଜବତ କରାଯାଇଥିଲା। ୩ ଲକ୍ଷ ୬୯ ହଜାର ୪୬୧ ଟଙ୍କା ଫାଇନ କଲେକ୍ସନ ସହ ୮୧ ଟି ଡ୍ରାଇଭିଂ ଲାଇସେନ୍ସକୁ ସ୍ଥଗିତ ରଖାଯାଇଥିଲା।

(ରିପୋର୍ଟ-ସୌମ୍ୟ ରଞ୍ଜନ ସାହୁ, ଭୁବନେଶ୍ୱର)

Overloading Drive Odisha Commerce & Transport Dept
Advertisment
Advertisment