/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661328499.jpg)
Special story
ମୁଖ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ସୁରେଶ ମହାପାତ୍ରଙ୍କ ଉପରେ ପୁଣି ଭରସା କରିଛନ୍ତି ନବୀନ ସରକାର । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେପ୍ଟେମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ପକ୍ଷରୁ ଅନୁମୋଦନ ଦିଆଯାଇଛି ।
Advertisment
ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ୧୯୮୬ ବ୍ୟାଚର ଆଇଏଏସ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ ୬ ମାସ ବଢ଼ିଥିଲା । ଫେବୃଆରୀ ୨୮, ୨୦୨୨ରେ ସେ ଅବସର ଗ୍ରହଣ କରିଥାଆନ୍ତେ । କିନ୍ତୁ ସେହି ସମୟରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ସରକାରରେ ସୁରେଶ ମହାପାତ୍ର ହିଁ ଦୁଇ ଦୁଇ ଥର ମୁଖ୍ୟ ସଚିବ ହୋଇଛନ୍ତି । ପୂର୍ବରୁ ସେ ଉନ୍ନୟନ କମିଶନର ଦାୟିତ୍ୱ ତୁଲାଇ ସାରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)