/odishatv-khabar/media/post_attachments/uploadimage/library/16_9/16_9_0/SN_Pradhan_1636629244.jpg)
SN Pradhan
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୪ ଅଗଷ୍ଟ ୩୧ ଯାଏ ଡେପୁଟେସନରେ ସେ ଏହି ପଦରେ ରହିବେ ବୋଲି ସୂଚନା ଦିଆଯାଇଛି।
Advertisment
୧୯୮୮ ଝାଡ଼ଖଣ୍ଡ କ୍ୟାଡରର ଓଡ଼ିଆ ଆଇପିଏସ୍ ଏସ୍. ଏନ୍ ପ୍ରଧାନ ଏବେ NDRFର ମହାନିର୍ଦ୍ଦେଶକ ସହ NCBର ଇନ୍ଚାର୍ଜ ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ରାକେଶ ଆସ୍ଥାନା ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ପାଇବା ପରେ ଏସ୍. ଏନ୍. ପ୍ରଧାନଙ୍କୁ ଏନ୍ସିବିର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।
ଗତକାଲି ୧୯୮୮ ଗୁଜୁରାଟ୍ କ୍ୟାଡରର ଆଇପିଏସ୍ ଅତୁଲ କରଓ୍ୱାଲଙ୍କୁ NDRFର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଏହାପରେ ଆପଏଣ୍ଟମେଣ୍ଟ କମିଟି ଅଫ୍ କ୍ୟାବିନେଟ୍ ଏସ୍. ଏନ୍ ପ୍ରଧାନଙ୍କୁ ଏନ୍ସିବିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)