Advertisment

ସାମ୍ନାକୁ ଆସିଲା ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଏକ ବାର୍‌ରେ ଡ୍ୟାନ୍ସ କରୁଥିବା ଏହି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

author-image
Rajalaxmi Sahoo
Odia TV Actress Rashmirekha Death Case

Odia TV Actress Rashmirekha Death Case

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ନୋଟିସ୍‌ ଜାରି ହୋଇଥିବା ବେଳେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ରଶ୍ମିରେଖାଙ୍କ ପୂର୍ବତନ ପୁରୁଷ ବନ୍ଧୁ ରାଜା ପହଞ୍ଚିଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କରୁଛି।

Advertisment

ଏସବୁ ଭିତରେ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପୂର୍ବର ଭିଡିଓ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଏକ ବାର୍‌ରେ ଡ୍ୟାନ୍ସ କରୁଥିବା ଏହି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଏକ ଓଡ଼ିଆ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛି। ଭିଡିଓଟି କିଏ ଶୁଟିଂ କରିଥିଲା ? ସେହି ସମୟରେଆ ତାଙ୍କ ସହ ସେଠାରେ କିଏ ଉପସ୍ଥିତ ଥିଲେ, ସେସମ୍ପର୍କରେ ଜଣାପଡ଼ିନି। 

Advertisment

ସନ୍ତୋଷ ଥାନାରେ ହାଜର ହେବା ଲାଗି ତାଙ୍କ ପରିବାର ଲୋକଙ୍କୁ ନୋଟିସ୍‌କୁ ପଠାଯାଇଛି। ତୁରନ୍ତ ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ରଶ୍ମିରେଖାଙ୍କ ମୃତ୍ୟୁ ପରଠୁ ତାଙ୍କ ସହ ଲିଭ ଇନ୍‌ ରିଲେସନସିପ୍‌ରେ ରହୁଥିବା ବୟଫ୍ରେଣ୍ଡ୍ ସନ୍ତୋଷଙ୍କ ପତ୍ତା ମିଳୁନି। ଏପରିକି ତାଙ୍କ ଫୋନ୍ ସ୍ୱିଚ୍ ଅଫ ମଧ୍ୟ ଆସୁଛି। ଝିଅର ମୃତ୍ୟୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ମଧ୍ୟ ସନ୍ତୋଷ ପାତ୍ରଙ୍କୁ ଦାୟୀ କରିଆସୁଛନ୍ତି।

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସ୍‌ପେନ୍ସ ଲାଗି ରହିଥିଲା। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍‌ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି।

Odia Actress Actress Rashmi Rekha Ojha Odia Actress Found Dead
Advertisment
Advertisment