Advertisment

ଗାର୍ଡ ଅଫ୍‌ ଅନର ବେଳେ ଦ୍ରୌପଦୀ ମୁର୍ମୁଙ୍କ ଗାଡ଼ିରେ ଥିଲେ ଓଡ଼ିଆ କମାଣ୍ଡିଂ ଅଫିସର

ସେରିମନିଆଲ ସାଲ୍ୟୁଟ ବେଳେ କମାଣ୍ଡିଂ ଅଫିସର ଥିଲେ ଜଣେ ଓଡ଼ିଆ ଅଫିସର....

author-image
Otv Khabar Bureau
ଅଦ୍ୟତନ ହୋଇଛି
Odia officer Stalin Mohanty leads President Draupadi Murmu’s first Guard of Honour

Odia officer Stalin Mohanty leads President Draupadi Murmu’s first Guard of Honour

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସେରିମନିଆଲ ସାଲ୍ୟୁଟ ବେଳେ କମାଣ୍ଡିଂ ଅଫିସର ଥିଲେ ଜଣେ ଓଡ଼ିଆ ଅଫିସର । ମ୍ୟାଡମ ପ୍ରେସିଡେଣ୍ଟ ଯେତେବେଳେ ଗାଡ଼ିରେ ଅଭିବାଦନ ଗ୍ରହଣ କରୁଥିଲେ ସେତେବେଳେ ବି ସଂପୃକ୍ତ ଓଡ଼ିଆ କମାଣ୍ଡିଂ ଅଫିସର ଜଣକ ଗାଡ଼ିରେ ଉପସ୍ଥିତ ଥିଲେ । ସେ ହେଉଛନ୍ତି କର୍ଣ୍ଣେଲ୍ ଷ୍ଟାଲିନ୍ ମହାନ୍ତି ।

Advertisment

ରାଷ୍ଟ୍ରପତିଙ୍କ ସହ ସେରିମନିଆଲ୍ ସାଲ୍ୟୁଟ ବେଳେ ଗାଡ଼ିରେ ଥିବା କର୍ଣ୍ଣେଲ ଷ୍ଟାଲିନ୍ ମହାନ୍ତି ପୈତୃକ ଘର କଟକ ଜିଲ୍ଲା କଣ୍ଟାପଡ଼ାରେ । ତେବେ ସେ କିନ୍ତୁ ମୟୂରଭଂଜରେ ଜନ୍ମଗ୍ରହଣ କରିଥିଲେ । କର୍ଣ୍ଣେଲ ଷ୍ଟାଲିନ୍ ମହାନ୍ତି ଉଦଳା ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲରେ ପାଠ ପଢ଼ିଥିଲେ । ଏହାପରେ ୧୯୯୩ରୁ ୨୦୦୦ ମସିହା ଯାଏଁ ସେ ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ପଢ଼ିଥିଲେ ।

ସେହିପରି କର୍ଣ୍ଣେଲ ମହାନ୍ତି ୨୦୦୦-ରୁ ୨୦୦୩ରେ NDA ଓ ୨୦୦୪ରେ IMA ପାସ୍ ଆଉଟ ହେଉଛନ୍ତି । ସେରିମନିଆଲ ସାଲ୍ୟୁଟ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସେ ଉପସ୍ଥିତ ଥିବାରୁ ପରିବାର ଲୋକେ ଖୁସି ପ୍ରକଟ କରିଛନ୍ତି ।

Advertisment
Draupadi Murmu
Advertisment
Advertisment