Advertisment

ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨: OTV ସାମ୍ବାଦିକ ଜିତେନ୍ଦ୍ର ବେଉରା ପୁରସ୍କୃତ

ପଲ୍ଲୀବାଣୀ ମିଶନ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ୭ ଜଣ ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଟିଭିର ମାଲକାନଗିରି ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ବେଉରା ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odia Journalism Award 2022

Odia Journalism Award 2022

ନୂଆଦିଲ୍ଲୀ ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ କନ୍‌ଷ୍ଟିଚ୍ୟୁସନ କ୍ଲବ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି।

Advertisment

ପଲ୍ଲୀବାଣୀ ମିଶନ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ୭ ଜଣ ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଟିଭିର ମାଲକାନଗିରି ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ବେଉରାଙ୍କ ସମେତ ବରିଷ୍ଠ ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପ୍ରଧାନ, ଫାଇନାନ୍ସିଆଲ୍ ଏକ୍ସପ୍ରେସ୍‌ର ଆସିଷ୍ଟାଣ୍ଟ ଏଡିଟର ସନ୍ଦୀପ ଦାସ, ନ୍ୟୁଜ୍‌ ଆଙ୍କର ମୌସୁମୀ ମହାନ୍ତି, ସାମ୍ବାଦିକ ପ୍ରମୋଦ କୁମାର ମହାନ୍ତି ଏବଂ ପ୍ରଶାନ୍ତ କୁମାର ଦାଶ।

କାର୍ଯ୍ୟକ୍ରମରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର, ପୂର୍ବତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ, ବରିଷ୍ଠ ସାମ୍ବାଦିକା ଶିଲା ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Odia Journalism Award 2022 Odia Journalism Award OTV Malkangiri Correspondent
Advertisment
Advertisment