• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଭାରେ ଗଜରା, ହାତରେ ମେହେନ୍ଦୀ ନାଇ ବେଦୀରେ ବସିଲେ ବିଦେଶିନୀ । ପ୍ରେମ ପାଇଁ ସାତଦରିଆ ପାରିହୋଇ ଓଡ଼ିଶାର ବୋହୂ ଜର୍ମାନୀର ଝିଅ ଏମା ୱେଦେମଷେକ । ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିଲେ ମଧ୍ୟ ଆଜି ଭାରତୀୟ ବୋହୁ ହେବାର ସ୍ୱପ୍ନ ସାକାର ହୋଇଛି । ଭାରତୀୟ ସଂସ୍କୃତିକୁ ଭଲ ପାଇ ଭାରତୀୟ ବୋହୂ ହୋଇ ନିଜକୁ ଗର୍ବିତ ମନେ କରିଛନ୍ତି ଜର୍ମାନୀର ଝିଅ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଦେଢ଼ଗାଁ ଗାଁରେ ଏପରି ଏକ ବିବାହର ଉତ୍ସବ ଦେଖିବାକୁ ମିଳିଥିଲା ।

ଦେଢ଼ଗାଁ ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ ସେନାପତି ଜର୍ମାନୀ ମ୍ୟୁନିଚ ସହରରେ ଏକ ପ୍ରତିଷ୍ଠିତ କମ୍ପାନୀରେ କାମ କରନ୍ତି । ସେଠାରେ ଜର୍ମାନୀ ସ୍ଲୋଭେନିଆ ସହରର ଏମା ୱେଦେମଷେକ ନାମକ ଝିଅ ମଧ୍ୟ କାମ କରନ୍ତି । ଉଭୟ ସହକର୍ମୀ ହୋଇଥିବା ବେଳେ ସବୁ ଦିନ ଦେଖାଚାହାଁ ମଧ୍ୟରେ ପ୍ରଥମେ ବନ୍ଧୁତା ସ୍ଥାପନ ହୋଇଥିଲା । ପରେ ଆରମ୍ଭ ହୋଇଥିଲା ମନ ଦିଆନିଆ ପର୍ବ । ପ୍ରେମରେ ପଡ଼ିଯାଇଥିଲେ ଦୁଇ ଜଣ । ତେବେ ତିନି ବର୍ଷ ପ୍ରେମ ସମ୍ପର୍କ ପରେ ପୁଅ ଝିଅ ନିଜ ନିଜ ପରିବାର ବର୍ଗଙ୍କୁ ତାଙ୍କ ମନ କଥା ଜଣାଇଥିଲେ ।

ଉଭୟଙ୍କ ପରିବାର ବିବାହ ପାଇଁ ରାଜି ହେବା ପରେ ଭାରତୀୟ ସଂସ୍କୃତି ଅନୁସାରେ ଚଳିତ ମାସ ୨୦ ତାରିଖ ଭୁବନେଶ୍ୱରର ଏକ ହୋଟେଲରେ ବିବାହ ସମ୍ପନ୍ନ ହୋଇଛି । କନ୍ୟା ପକ୍ଷରୁ ୧୩ ଜଣ ଲୋକ ସାମିଲ ହୋଇଥିଲେ ଏହି ବବାହ ଉତ୍ସବରେ । ସେମାନଙ୍କୁ ଓଡ଼ିଶାର ସଂସ୍କୃତି, ପରମ୍ପରା, ରୀତିନୀତି, ଖାଦ୍ୟପେୟ ଓ ପୋଷାକ ପରିଧାନ ଶୈଳୀ ଖୁବ୍‌ ଭଲ ଲାଗିଥିଲା କହିଛନ୍ତି । ସେହିପରି ପୁଅ ଘର ଗାଁ ଦେଢ଼ଗାଁ ଠାରେ ପରିବାର ସଦସ୍ୟ ଓ ସମାଜ ଲୋକଙ୍କୁ ନେଇ ମଧ୍ୟ ଏକ ଭୋଜିର ଆୟୋଜନ କରାଯାଇଥିଲା ।

ଅନ୍ତିମ ପାଣିଗ୍ରାହୀ /କଣ୍ଟାବାଞ୍ଜି