Advertisment

ସ୍ତ୍ରୀର ପାଦ ସେବାରେ ଲକ୍ଷ ଲକ୍ଷ ଖର୍ଚ୍ଚ କରୁଛନ୍ତି ସ୍ୱାମୀ

ନିଜ ପ୍ରେମିକାକୁ କିଏ ବା ଭଲ ନ ପାଏ। କିନ୍ତୁ ଏମିତି ଜଣେ ପ୍ରେମିକ ସ୍ୱାମୀ ଅଛନ୍ତି ଯିଏ ନିଜ ସ୍ତ୍ରୀର ପାଦକୁ ଅନ୍ଧ ଭାବେ ଭଲ ପାଉଛନ୍ତି। ଏନେଇ ସେ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ।

author-image
Pramod Behera
ଅଦ୍ୟତନ ହୋଇଛି
Obsessive foot fetish husband spent lakhs on designer shoes for wife

Obsessive foot fetish husband spent lakhs on designer shoes for wife

ସେ ପତି-ପତ୍ନୀ ହୁଅନ୍ତୁ ବା ପ୍ରେମିକ-ପ୍ରେମିକା, ଜଣେ ସାଥୀ ଭଲ ଭାବରେ ଜାଣେ ଯେ ତାଙ୍କ ସାଥୀ କ’ଣ ପସନ୍ଦ କରନ୍ତି ଏବଂ କ’ଣ ପସନ୍ଦ କରନ୍ତି ନାହିଁ? ଆମେରିକାର ଆରିଜୋନାରେ ରହୁଥିବା ଜଣେ ମହିଳା ତାଙ୍କର ହେବାକୁ ଥିବା ପତ୍ନୀଙ୍କୁ ନେଇ କିଛି ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହେବାକୁ ଥିବା ତାଙ୍କ ପତ୍ନୀଙ୍କ ପାଦକୁ ସେ ବହୁତ ଭଲ ପାଆନ୍ତି। ଏନେଇ ସେ ତାଙ୍କ ଜୋତାରେ ବହୁତ ଟଙ୍କା ଖର୍ଚ୍ଚ କରନ୍ତି।

Advertisment

ଆନ୍ନାବେଲ ଫେମେଙ୍କୋ ନାମକ ଜଣେ ମହିଳା ଟିକ୍‌ଟକ୍‌ରେ ଏକ ଭିଡିଓ ମାଧ୍ୟମରେ ସାରା ଦୁନିଆକୁ କହିଛନ୍ତି ଯେ ତାଙ୍କ ଭବିଷ୍ୟତର ସ୍ୱାମୀଙ୍କର ତାଙ୍କ ପାଦ ପ୍ରତି ଏକ ଭିନ୍ନ ପ୍ରକାରର ପ୍ରେମ ଅଛି। ଏନେଇ ସେ ଏକ ଭଲ ସୁବିଧା ପାଇଥିବା କହିଛନ୍ତି। କାରଣ ଏନେଇ ତାଙ୍କୁ ସବୁବେଳେ ନୂଆ ନୂଆ ଡିଜାଇନ୍‌ର ଜୋତା ଓ ଚପଲ ମିଳିଯାଉଛି। ତାଙ୍କ ସ୍ୱାମୀ ଜୋତା କିଣିବାରେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ।

ଆରିଜୋନାର ସ୍କଟ୍ସଡେଲରେ ରହୁଥିବା ଆନ୍ନାବେଲ କହିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କ ସହ ନିର୍ବନ୍ଧ ହୋଇଯାଇଛନ୍ତି। ସେହି ଦିନଠାରୁ ତାଙ୍କୁ ସୁନ୍ଦର ସୁନ୍ଦର ଜୋତ ଉପହାର ସ୍ୱରୂପ ମିଳୁଛି। ଟିକ୍‌ଟକ୍‌ ଭିଡିଓରେ ଏହାର କାରଣ ବର୍ଣ୍ଣନା କରି ସେ କହିଛନ୍ତି ଯେ ଆପଣମାଙ୍କୁ ଏହି ଫାଇଦା ସେତେବେଳେ ହୋଇଥାଏ ଯେତେବେଳେ ତୁମର ସାଥୀ ପାଦ ଦେଖିବା ପରେ ରୋମାଣ୍ଟିକ ହୋଇଯାଏ। ଏହା ପରେ ସେ କେବେ ବି ଜୋତା କିଣିବା ନେଇ ମନା କରନ୍ତି ନାହିଁ। କେବଳ ଏତିକି ନୁହେଁ, ଆନ୍ନାବେଲ ମଧ୍ୟ ତାଙ୍କର ଏହି ଭିଡିଓରେ କିଛି ଦାମୀ ଜୋତାକୁ ମଧ୍ୟ ଦେଖାଇଛନ୍ତି, ଯାହା ତାଙ୍କ ପ୍ରେମିକା ତାଙ୍କୁ ଉପହାର ଦେଇଛନ୍ତି।

Advertisment

ଆନ୍ନାବେଲଙ୍କ ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଭ୍ୟୁ ପାଇଛି ଏବଂ ଲୋକମାନେ ତାଙ୍କ ସୁନ୍ଦର ଜୋତାଗୁଡିକୁ ମଧ୍ୟ ଖୁବ୍ ପ୍ରଶଂସା କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ତାଙ୍କୁ ମହଙ୍ଗା ଜୋତା ଓ ପଦଉପଚାର ପାଇଁ ମଧ୍ୟ ଟଙ୍କା ମିଳୁଥିବ। ସେହିପରି ଅନ୍ୟ କେତେକ ମହିଳା କହିଛନ୍ତି ଯେ ସେମାନଙ୍କ ସାଥୀମାନେ ମଧ୍ୟ ସେମାନଙ୍କ ପାଦକୁ ନେଇ ଏମିତି ରୋମାଣ୍ଟିକ୍ ଥିଲେ। ବର୍ତ୍ତମାନ ଯିଏ ଯାହା କୁହନ୍ତୁ ପଛେ ଆନ୍ନାବେଲ କିନ୍ତୁ ତାଙ୍କ ସାଥୀଙ୍କ ଏହି ଅଦ୍ଭୁତ ଅଭ୍ୟାସର ଫାଇଦା ଉଠାଉଛନ୍ତି।

Ajab Gajab
Advertisment
Advertisment