/odishatv-khabar/media/post_attachments/uploadimage/library/16_9/16_9_0/____1671333569.jpg)
Nurse Allegedly Suicide In Bhubaneswar
ଭୁବନେଶ୍ୱରରେ ଜଣେ ନର୍ସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହାଉସିଂ ବୋର୍ଡ କଲୋନୀର ଏକ ଘରୁ ଜଣେ ଘରୋଇ ନର୍ସଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ବର୍ଷାରାଣୀ ନାୟକ(୨୦)। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ତାଙ୍କ ଘର। ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବର୍ଷା ଜଣେ ବୃଦ୍ଧାଙ୍କ ଘରେ ଦାୟିତ୍ୱରେ ଥିଲେ।
ସୂଚନା ଅନୁସାରେ, ଗତକାଲି ବର୍ଷାଙ୍କ ମୃତଦେହ ହାଉସିଂ ବୋର୍ଡ କଲୋନୀ ସ୍ଥିତ ଏକ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଖବରପାଇ ଭରତପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଯଦିଓ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି, ହେଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
#ନର୍ସଙ୍କ_ଆତ୍ମହତ୍ୟା
ଭୁବନେଶ୍ୱରରେ ନର୍ସଙ୍କ ଆତ୍ମହତ୍ୟା ! ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ ।
ଭୁବନେଶ୍ୱର ହାଉସିଂ ବୋର୍ଡ କଲୋନୀର ଏକ ଘରୁ ଜଣେ ଘରୋଇ ନର୍ସଙ୍କ ମୃତଦେହ ଉଦ୍ଧାର କରାଯାଇଛି।#Bhubaneswar#OTVpic.twitter.com/ueAgNBeHoZ— ଓଟିଭି (@otvkhabar) December 18, 2022
ଯଦି ସେ ଆତ୍ମହତ୍ୟା କରିଥାନ୍ତି, ତା’ହେଲେ କାହିଁକି ଆତ୍ମହତ୍ୟା କଲେ ? ଆତ୍ମହତ୍ୟା ପଛର କାରଣ କ’ଣ ? ଏଦିଗରେ ମଧ୍ୟ ପୋଲିସ୍ ତଦନ୍ତ ଚଳାଇଛି। ଏହା ଆତ୍ମହତ୍ୟା ନା ଆଉ କିଛି ସେନେଇ ପୋଲିସ୍ ଖୋଳତାଡ଼ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)