Advertisment

ଏଣିକି ମେସିନ୍ କରିବ ଗାଡି ଫିଟନେସ୍ ଯାଞ୍ଚ, ଦ୍ୱନ୍ଦ୍ୱରେ ଗାଡ଼ି ମାଲିକ

ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ।

author-image
Chandan Shishu
ଅଦ୍ୟତନ ହୋଇଛି
vehicles fitness

vehicles fitness

କେତେ ଫିଟ୍ ଅଛି ଆପଣଙ୍କ ଗାଡ଼ି ? କେମିତି ଜାଣିବେ ଗାଡ଼ିର ଫିଟନେସ୍ ? ପୂର୍ବରୁ ମେକାନିକ୍ ଦ୍ୱାରା ଗାଡ଼ିର ଫିଟନେସ୍ ଟେଷ୍ଟ କରାଯାଉଥିଲା। ଏଣିକି ସହଜ ହେବ ଯାନବାହନର ଫିଟନେସ ଟେଷ୍ଟ ଦରକାର। ପଡ଼ିବେନି ମେକାନିକ୍। ଦୌଡ଼ିବାକୁ ପଡ଼ିବନି ଆରଟିଓ ଅଫିସ  ସ୍ୱୟଂଚାଳିତ ହେବ ଟେଷ୍ଟିଂ ପ୍ରକ୍ରିୟା। ଯାଞ୍ଚ କରିବ ସ୍ୱତନ୍ତ୍ର ଡିଭାଇସ୍। ଗାଡ଼ିର ବୟସ କେତେ ? ଗାଡ଼ି ଫିଟ୍ କି ଅନଫିଟ୍ ? ଏମିସନ୍ ସ୍ତର କେତେ ଅଛି? ସବୁ ତଥ୍ୟ ପ୍ରଦାନ କରିବ ଏହି ସ୍ବୟଂଚାଳିତ ବ୍ୟବସ୍ଥା।

Advertisment

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ସ୍ୱତନ୍ତ୍ର ଅଟୋମେଟେଡ୍ ଟେଷ୍ଟିଂ ସିଷ୍ଟମ ବା ଏଟିଏସ୍ ଆପଣେଇବେ ରାଜ୍ୟ ସରକାର।ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ। କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ପ୍ରସ୍ତୁତ ହେବ ଏହି ଚିଠା ନୀତି। ପ୍ରସ୍ତାବିତ ଏଟିଏସ୍ ନୀତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିବ ଏଟିଏସ୍ ସେଣ୍ଟର। ଏମିତିକି କଟକର ଅରିଲୋଠାରେ ଥିବା ଥିବା ଇନଜେକ୍ସନ୍ ଆଣ୍ଡ ସାର୍ଟିଫିକେସନ୍ ସେଣ୍ଟରକୁ ମଧ୍ୟ ଏଟିଏସ୍ ସେଣ୍ଟରରେ ପରିଣତ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ।ପ୍ରସ୍ତାବିତ ଏଟିଏସ୍ ନୀତିକୁ ସ୍ୱାଗତ କରି ସଡ଼କ ସୁରକ୍ଷା କର୍ମୀ କହିଛନ୍ତି, ଏହାଦ୍ୱାରା ଫିଟନେସ୍ ଯାଞ୍ଚ ସରଳ ହେବାସହ ଅନଫିଟ୍ ଗାଡ଼ି ଯୋଗୁଁ ହେଉଥିବା ଦୁର୍ଘଟଣା ହ୍ରାସ ପାଇବ।

ତେବେ ଅଟୋମେଟେଡ୍ ବ୍ୟବସ୍ଥା ଦ୍ୱାରା ଫିଟନେସ୍ ଟେଷ୍ଟ ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଡ଼ି ମାଲିକ।  ସେମାନଙ୍କ ଅଭିଯୋଗ ସାର୍ଟିଫିକେସନ୍ ସେଣ୍ଟରରୁ ଫିଟନେସ ପାଇବାକୁ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସାମାନ୍ୟ ତ୍ରୁଟି ଥିଲେ ବି ମିଳୁନି ଫିଟନେସ୍ ସାର୍ଟିଫିକେଟ୍ ସ୍ବୟଂଚାଳିତ ବ୍ୟବସ୍ଥା ଲାଗୁ ହେଲେ ସମସ୍ୟା ଆହୁରି ବଢିବ ବୋଲି ସେମାନେ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ଯଦି ୧୫ରୁ ୨୦ ବର୍ଷର ଗାଡ଼ି ଅଟୋମେଟେଡ୍ ଟେଷ୍ଟରେ ଫିଟ୍ ପ୍ରମାଣିତ ହୁଏ। ତେବେ ତାକୁ ସ୍କ୍ରାପେଜ୍ ପଲିସିରେ କାହିଁକି ସ୍କ୍ରାପ୍ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଗାଡ଼ି ମାଲିକ।

Advertisment

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଚିଠି ଅନୁଯାୟୀ, ଓଡ଼ିଶାର ୫ଟି ସ୍ଥାନରେ ଖୋଲାଯିବ ଏହି ଅଟୋମେଟେଡ୍ ଟେଷ୍ଟିଂ ସେଣ୍ଟର। ରାଜ୍ୟରେ ଏଟିଏସ୍ ଖୋଲିବାକୁ ୧୦ରୁ ଅଧିକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି।

(ରିପୋର୍ଟ: ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ

Vehicles Fitness
Advertisment
Advertisment