• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାଣୀବିହାର କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ୍ । ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି । ବାଣୀବିହାରରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ ଚିନ୍ତା ପ୍ରକଟ କରି ମନ୍ତ୍ରୀ ଏହା କହିଛନ୍ତି । ଏହାସହ କ୍ୟାମ୍ପସକୁ କିପରି ହିଂସାକାଣ୍ଡରୁ ମୁକ୍ତ ରଖାଯିବ ସେଥି ପାଇଁ ପଦକ୍ଷେପ ନିଆଯାଉଥିବାର ମଧ୍ୟ କହିଛନ୍ତି ମନ୍ତ୍ରୀ ।

‘କେବଳ ଏତିକି ନୁହେଁ ହିଂସାକାଣ୍ଡ କରୁଥିବା ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ । ଅଣଛାତ୍ର ମାନେ କିପରି କ୍ୟାମ୍ପସକୁ ପ୍ରବେଶ ନକରିବେ ତାହା ଆମେ ଚେଷ୍ଟା କରିବୁ । କ୍ୟାମ୍ପସ୍‌ରେ କିପରି ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ରହିବ ସେନେଇ ସବୁ କୁଳପତିଙ୍କ ସହ ଆଲୋଚନା କରି ଧ୍ୟାନ ଦିଆଯିବ’ ବୋଲି ମଧ୍ୟ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।

ସୂଚନା ଅନୁସାରେ, ଗତକାଲି ବାଣୀବିହାର କ୍ୟାମ୍ପସରେ କିଛି ଅଣଛାତ୍ର ପ୍ରବେଶ କରି ବିଶ୍ୱବିଦ୍ୟାଳୟର କିଛି ଛାତ୍ରାଙ୍କୁ ଆକ୍ରମଣ କରିଥିଲେ । ଯାହା ପରେ କ୍ୟାମ୍ପସରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ହେଲେ ସେଠାରୁ ଗଣ୍ଡଗୋଳ କରିଥିବା ଛାତ୍ରମାନେ ଫେରାର ହୋଇଯାଇଥିଲେ ।

ଉକ୍ତ ଘଟଣାକୁ ନେଇ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇବା ଦାବି ନେଇ ପ୍ରତିବାଦରେ ବିଶ୍ୱବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ ।