/odishatv-khabar/media/post_attachments/uploadimage/library/16_9/16_9_0/s_1685250320.jpg)
Night Club And Bar Raid In Bhubaneswar
ସବୁ ନିୟମ କାନୁନ୍କୁ ଫୁ କରି ବିଳମ୍ବିତ ରାତି ଯାଏ ଚାଲୁଥିଲା ନାଇଟ୍ କ୍ଲବ୍ ଓ ବାର୍। ଲାଉଡ୍ ମ୍ୟୁଜିକ୍ ସହ ନିଶାସକ୍ତ ଯୁବପିଢ଼ି ନାଚଗୀତରେ ମସ୍ଗୁଲ୍ ଥିବାବେଳେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍। ରାଜଧାନୀ ଭୁବନେଶ୍ୱରରେ ନାଇଟ୍ କ୍ଲବ୍ ଓ ବାର୍ ଉପରେ କମିଶନରେଟ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଛି।
Advertisment
ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ଶବ୍ଦ ପ୍ରଦୂଷଣ ସୀମା ସହ ଅନେକ ଅବକାରୀ ନିୟମକୁ ବାର୍ ମାଲିକ ଉଲ୍ଲଂଘନ କରୁଥିବା ଜଣାପଡ଼ିଛି। ଗତକାଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ଅଧୀନରେ ଥିବା ନାଇଟ୍ କ୍ଲବ୍ ଓ ବାର୍ ଉପରେ ଚଢ଼ାଉ ବେଳେ ଏହି ନିୟମ ଉଲ୍ଲଂଘନ ହେଉଥିବା ସାମ୍ନାକୁ ଆସିଛି। ସେଫ୍ ସିଟି ଡ୍ରାଇଭ ଅଭିଯାନରେ ପୋଲିସ ଏହି ଚଢ଼ାଉ କରିଛି।
୩ ପ୍ଲାଟୁନ ପୋଲିସ ସହ ସ୍ପେଶାଲ ଟିମ୍ ଚଢ଼ାଉ କରିଥିଲା। ଏହି ସମୟରେ ନାଇଟ୍ କ୍ଲବ୍ ଓ ବାର୍ରେ ସବୁ ନିୟମ କାନୁନକୁ ଫୁ କରି ବିଳମ୍ବିତ ରାତି ଯାଏ ନାଚଗୀତ ଚାଲିଥିବା ଜଣାପଡ଼ିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)