Advertisment

NGT ଛାଟ, ୨୮ ଲକ୍ଷ ଟଙ୍କା ଫାଇନ୍‌

ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍‌ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
NGT imposes Rs 28L fine on Kendrapara Municipality for polluting Gobari river

NGT imposes Rs 28L fine on Kendrapara Municipality for polluting Gobari river

ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି।  ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ ପକ୍ଷରୁ ଏହି ପାଇନ କରାଯାଇଛି। ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ସହ ଡ୍ରେନ ପାଣି ସିଧାସଳଖ ଗୋବରୀ ନଦୀରେ ପକାଯାଇଥିବାରୁ ଏହି ଫାଇନ ଲଗାଯାଇଛି।

Advertisment

ପୌରସଂସ୍ଥା ଉପରେ ୧-୪-୨୦୨୦ ଠାରୁ ୩୧-୩-୨୦୨୨ ପର୍ଯ୍ୟନ୍ତ ୨୪ ଲକ୍ଷ ଓ ୧- ଏପ୍ରିଲ ୨୦୨୨ ଠାରୁ ୧- ଜୁଲାଇ - ୨୦୨୨ ପର୍ଯ୍ୟନ୍ତ ୪ ଏପରି ସମୁଦାୟ ୨୮ ଲକ୍ଷ ଟଙ୍କା ଜମାକରିବା ଲାଗି  ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍‌ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି। ସହରର ହଜାରିବାଗିଚା, ଖଡିଅଙ୍ଗ, ସୁନାଇଲୋ ଜୟପୁର, ଏକଡାଖଣ୍ଡିରୁ ନିର୍ଗତ ବର୍ଜ୍ୟବସ୍ତୁ  ସିଧାସଳଖ ଗୋବରୀ ନଦୀରେ ପଡୁଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଛି।

Advertisment

ମାମଲାର ପରବର୍ତ୍ତୀ ଶୁଣାଣି ୨୪ ଜୁଲାଇରେ ହେବାକୁ ଥିବାବେଳେ ଏ ସମ୍ପର୍କରେ ପୌରଧ୍ୟକ୍ଷାଙ୍କ ନିକଟକୁ କୌଣସି ନୋଟିସ ଆସିନଥିବା କହିଛନ୍ତି।  ଅନ୍ୟପକ୍ଷେ  ସହରରେ ଡ୍ରେନେଜ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ଲାଗି ଉଭୟ କେନାଲ ଓ ନଦୀ କଡ଼ରେ ଡ୍ରେନ ନିର୍ମାଣ ହେବ ବୋଲି ପୌର ପରିଷଦର ଚେୟାରପର୍ସନ ସରିତା ସାହୁ କହିଛନ୍ତି।

NGT Kendrapara Municipality Gobari River
Advertisment
Advertisment