Advertisment

ଯୌତୁକ ପାଇଁ ଜୀବନ ନେଇଗଲେ

ବାହାଘରକୁ ୬ ମାସ ହୋଇନି..ଯୌତୁକ ପାଇଁ ବାରମ୍ବାର ଚାପ ପକାଉଥିଲେ ଶାଶୂଘର ଲୋକ। ବାପଘର ଲୋକ ଯୌତୁକ ଦେବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ..ହେଲେ ବି ବୋହୂକୁ ଶାଶୂଘର ଲୋକ ମାରିଦେଇଥିବା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ

ଅଦ୍ୟତନ ହୋଇଛି
Newly Wedded Bride Dies In Bhadrak

Newly Wedded Bride

Advertisment

ଝିଅ ଶାଶୂଘର ଦୁଆରେ ମାଆ କାନ୍ଦୁଛି, ଝିଅକୁ ହରାଇବା ପରେ ଚେତା ହାରୁଛି । ମାଆ ଜଣକ ଭୋ ଭୋ ହୋଇ କାନ୍ଦୁଛି । ହେଲେ କାହିଁକି କାନ୍ଦୁଛନ୍ତି, ଆପଣ ଜାଣିଲେ ଆଖିରେ ପାଣି ଆସିଯିବ । ଆଉ ଆପଣ ବି କହିବେ ଦୋଷୀଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ।

Advertisment

ଭଦ୍ରକ ଚାନ୍ଦବାଲି ବିଜୟନଗର ଗାଁର କବିଙ୍କ ସହ ଲତାଞ୍ଜଳିଙ୍କ ଥିଲା ପ୍ରେମ ସମ୍ପର୍କ । ଆଉ ସେହି ପ୍ରେମକୁ ସାଶ୍ୱତ୍ତ କରିବାକୁ ୬ ମାସ ତଳେ ଉଭୟେ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଖାଲି ନିଷ୍ପତ୍ତି ନେଇଥିଲେ ତାହା ନୁହେଁ ବରଂ ବାହାଘର ବି ହୋଇଥିଲା। ହେଲେ ୬ ମାସ ଭିତରେ ସବୁ କିଛି ସରିଗଲା । ଯୌତୁକ ନିଆଁରେ ଲତାଞ୍ଜଳିଙ୍କ ସବୁ ସ୍ୱପ୍ନ ଛାରଖାର ହୋଇଗଲା ।

୬ ମାସ ପୂର୍ବରୁ ଯେଉଁ ଘରକୁ ସବାରୀରେ ଆସିଥିଲେ ଲତାଞ୍ଜଳି ଆଜି ସେହି ଘରୁ ଉଠୁଛି କୋକେଇ । ଆଉ ଝିଅକୁ ହରାଇ ଭୋ ଭୋ ହୋଇ କାନ୍ଦୁଛି ମାଆ । ବାହାଘରକୁ ୬ ମାସ ହୋଇଥିଲା । ପ୍ରଥମ ୪ ମାସ ସବୁକିଛି ଠିକ୍‌ଠାକ୍‌ ଥିଲା । ଲତାଂଜଳିଙ୍କୁ ଛାଡି ସ୍ୱାମୀ କବି ଜେନା ମହାରାଷ୍ଟ୍ରକୁ ଯାଇଥିଲେ । ହେଲେ ଯୌତୁକ ନିର୍ଯାତନା ଦେବାକୁ ଭୁଲିନଥିଲେ। ଖାଲି କବି କାହିଁକି? ବରଂ ଶାଶୂ-ଶ୍ୱଶୁର ବି ଲତାଞ୍ଜଳିଙ୍କୁ ଦେଉଥିଲେ ଅକଥୀୟ ନିର୍ଯାତନା। ଏନେଇ ବାପ ଘର ଲୋକଙ୍କୁ ବରାବର ଫୋନ୍‌ କରି ଜଣାଉଥିଲେ ଲତାଂଜଳି ।

Advertisment

ଅଧିକ ପଢ଼ନ୍ତୁ: ସହିପାରିଲେନି ଯୌତୁକ ନିର୍ଯାତନା, ଥାନା ଆଗରେ ବିଷ ପିଇଲେ ମହିଳା

ଆଉ ଶେଷରେ ନିର୍ଯାତନା ସହି ନପାରି ଶେଷରେ ହାରିଗଲେ ଲତା । ବନ୍ଦ ଘରୁ ତାଙ୍କର ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ । ଥାନାରେ ମାମଲା ରୁଜୁ ହେବା ପରେ ଏନେଇ ଚାନ୍ଦବାଲି ଏସଡିପିଓ କହିଛନ୍ତି, ଅଭିଯୋଗ ଭିତ୍ତିକରି ମାମଲା ରୁଜୁ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ସେପଟେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲତାଞ୍ଜଳିଙ୍କ ଶ୍ୱଶୁର । କହିଛନ୍ତି, ଘଟଣା କଣ ହୋଇଛି ମୁଁ କିଛି ଜାଣିନାହିଁ । ତେବେ ଯୌତୁକ ଜୁଇରେ ଜଣେ ନବବଧୂ ଜଳିବା ପରେ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି ।

Advertisment

(ରିପୋର୍ଟର-ଭଦ୍ରକ ଚାନ୍ଦବାଲିରୁ ବାସୁଦେବ ଦାସ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ